ସରକାରୀ କର୍ମଚାରୀଙ୍କୁ କଡା ଚେତାବନୀ, ବଦଳି କିମ୍ବା ପୋଷ୍ଟିଂ ପାଇଁ ଚାପ ପକାଇଲେ ହେବ ଆକ୍ସନ

ଭୁବନେଶ୍ୱର: ବଦଳି କିମ୍ବା ପୋଷ୍ଟିଂ ପାଇଁ ଚାପ ପକାଇଲେ ଆକ୍ସନ ନିଆଯିବ ଏନେଇ ଓଡିଶା ସରକାର କର୍ମଚାରୀମାନଙ୍କୁ କଡା ଚେତାବନୀ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମସ୍ତ ବିଭାଗର ସଚିବମାନଙ୍କୁ ଲେଖିଥିବା ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ ବଦଳି ଏବଂ ପୋଷ୍ଟିଂ ପାଇଁ କୌଣସି ଅଧିକାରୀଙ୍କ ଉପରେ ଅତ୍ୟଧିକ ଚାପ ପକାଇବା ଓଡିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମର ଉଲ୍ଲଂଘନ କରୁଛି। ନିୟମ ଉଲ୍ଲଂଘନ କରିବା ପାଇଁ ପ୍ରୟାସ କରାଗଲେ ଶୃଙ୍ଖଳାଗତ […]

Samaya Live Picture
Published On

ଭୁବନେଶ୍ୱର: ବଦଳି କିମ୍ବା ପୋଷ୍ଟିଂ ପାଇଁ ଚାପ ପକାଇଲେ ଆକ୍ସନ ନିଆଯିବ ଏନେଇ ଓଡିଶା ସରକାର କର୍ମଚାରୀମାନଙ୍କୁ କଡା ଚେତାବନୀ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମସ୍ତ ବିଭାଗର ସଚିବମାନଙ୍କୁ ଲେଖିଥିବା ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ ବଦଳି ଏବଂ ପୋଷ୍ଟିଂ ପାଇଁ କୌଣସି ଅଧିକାରୀଙ୍କ ଉପରେ ଅତ୍ୟଧିକ ଚାପ ପକାଇବା ଓଡିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମର ଉଲ୍ଲଂଘନ କରୁଛି। ନିୟମ ଉଲ୍ଲଂଘନ କରିବା ପାଇଁ ପ୍ରୟାସ କରାଗଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ପୂର୍ବରୁ ଅନେକ ସମୟରେ ବଦଳିକୁ ନେଇ ଲବି ହେଉଥିବା ନଜରକୁ ଆସେ। ଉପଯୁକ୍ତ ଜାଗାରେ ପୋଷ୍ଟିଙ୍ଗ ପାଇଁ ଚାପ ପକାଉଥିଲେ ସରକାରୀ କର୍ମଚାରୀ। ହେଲେ ଏବେ ସବୁ ଚଳିବ ନାହିଁ।ଯିଏ ବଦଳି ପାଇଁ ଚାପ ପକେଇବ ତାହା ବୁମେରାଙ୍ଗ ହେବ। ଅର୍ଥାତ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Tags: