ପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତି ତାଲିକା

ଭୁବନେଶ୍ୱର : ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସହିତ ସମସ୍ତ ମନ୍ତ୍ରୀଙ୍କ ସମ୍ପତି ତାଲିକା ହେଲା ସାର୍ବଜନୀନ I ୨୦୨୨ ଡିସେମ୍ବର ୩୧ ତାରିଖ ସୁଦ୍ଧା ସମସ୍ତ ମନ୍ତ୍ରୀମାନଙ୍କର ସମ୍ପତି ତାଲିକା ପ୍ରକାଶ ପାଇଛି I ଏହି ସମ୍ପତ୍ତି ତାଲିିକା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ୱେବସାଇଟରେ ପ୍ରକାଶ ପାଇଛି । ତାଲିକା ଅନୁସାରେ ମୁଖ୍ୟମନ୍ତ୍ରୀ ସବୁଠାରୁ ଧନୀ ତାଲିକାର ଶୀର୍ଷରେ ରହିଛନ୍ତି, ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ବିଶେଷ କିଛି ପରିବର୍ତନ ହୋଇ ନାହିଁ I ୧୯୮୦ ମସିହାର ଯେଉଁ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସହିତ ସମସ୍ତ ମନ୍ତ୍ରୀଙ୍କ ସମ୍ପତି ତାଲିକା ହେଲା ସାର୍ବଜନୀନ I ୨୦୨୨ ଡିସେମ୍ବର ୩୧ ତାରିଖ ସୁଦ୍ଧା ସମସ୍ତ ମନ୍ତ୍ରୀମାନଙ୍କର ସମ୍ପତି ତାଲିକା ପ୍ରକାଶ ପାଇଛି I ଏହି ସମ୍ପତ୍ତି ତାଲିିକା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ୱେବସାଇଟରେ ପ୍ରକାଶ ପାଇଛି । ତାଲିକା ଅନୁସାରେ ମୁଖ୍ୟମନ୍ତ୍ରୀ ସବୁଠାରୁ ଧନୀ ତାଲିକାର ଶୀର୍ଷରେ ରହିଛନ୍ତି, ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ବିଶେଷ କିଛି ପରିବର୍ତନ ହୋଇ ନାହିଁ I ୧୯୮୦ ମସିହାର ଯେଉଁ ଆମ୍ବାସଡ଼ର କାର୍‌ ଥିଲା, ତାହା ଏବେ ବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି। ଯାହାର ଦାମ୍ ଦର୍ଶାଯାଇଛି, ୬ ହଜାର ୪୩୪ ଟଙ୍କା । ଗତବର୍ଷ ଠାରୁ ନବୀନଙ୍କ ସଂପତ୍ତିର ପରିମାଣ ୪୨ ଲକ୍ଷ ୯୦ ହଜାର ଟଙ୍କା ବଢିଛି । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସୁଦ୍ଧା କେଉଁ ମନ୍ତ୍ରୀଙ୍କ ସଂପତ୍ତି କେତେ ଅଛି ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀର ଜନପଥରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୭୦ ଲକ୍ଷ ଟଙ୍କା ଭୁବନେଶ୍ୱରର ଏସବିଆଇରେ ୨୦ ଲକ୍ଷ ୮୭ ହଜାର, ହିଞ୍ଜିଳିକାଟୁ କଲେଜ୍ କ୍ୟାମ୍ପସ ଏସବିଆଇରେ ୭ ହଜାର ଟଙ୍କା ଏବଂ ଅନ୍ୟ ଆକାଉଣ୍ଟରେ ୧୪ ହଜାର ଟଙ୍କା ରହିଛି । ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ୧ କୋଟି ଟଙ୍କାର ଫିକ୍ସ୍‌ଡ୍‌ ଡିପୋଜିଟ୍‌ ରହିଛି। ଏହା ବ୍ୟତୀତ ୯ କୋଟି ଟଙ୍କାର ଆର୍‌ବିଆଇ ବଣ୍ଡ୍‌ ଓ ପୋଷ୍ଟ୍‌ ଅଫିସ୍‌ରେ ଦେଢ଼ କୋଟି ଟଙ୍କାର ଟର୍ମ ଡିପୋଜିଟ୍‌ ଅଛି। ଦିଲ୍ଲୀ ଲୋଧି ରୋଡ୍‌ର ପୋଷ୍ଟ ଅଫିସ୍‌ରେ ୬ ଲକ୍ଷ ୯୬ ହଜାର ଟଙ୍କା ରହିଛି।

ନବୀନଙ୍କ ପାଖରେ ସାଢ଼େ ତିନି ଲକ୍ଷ ଟଙ୍କାର ସୁନା ଗହଣା ଥିବା ବେଳେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କର ଦୁଇ ତୃତୀୟାଂଶ ସେୟାର ଅଛି, ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ଟଙ୍କା ହେବ। ସେହିପରି ଦିଲ୍ଲୀର ଏପିଜେ ଅବଦୁଲ୍‌ କଲାମ୍‌ ରୋଡ୍‌ରେ ଥିବା ସମ୍ପତ୍ତିରେ ନବୀନଙ୍କର ୫୦ ପ୍ରତିଶତ ସେୟାର ରହିଛି। ଏହାର ବର୍ତ୍ତମାନର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାରଟଙ୍କା ହେବ। ନବୀନଙ୍କର ଉପରେ କିଛି ଋଣ ଭାର ନାହିଁ।

ନବୀନଙ୍କ ମନ୍ତ୍ରିମଣ୍ଡଳରେ ବହୁ ମନ୍ତ୍ରୀ କୋଟିପତି ମଧ୍ୟ ଅଛନ୍ତି। ଏହି ତାଲିକାରେ ଅଛନ୍ତି ଅଶୋକ ଚନ୍ଦ୍ର ପଣ୍ଡା, ପ୍ରୀତିରଞ୍ଜନ ଘଡ଼ାଇ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଉଷା ଦେବୀ, ଅତନୁ ସବ୍ୟସାଚ୍ଚୀ ନାୟକ, ରାଜେନ୍ଦ୍ର‌ ଢୋଲକିଆ, ଟୁକୁନି ସାହୁ, ପ୍ରଦୀପ ଅମାତ, ପ୍ରତାପ ଦେବ, ବାସନ୍ତୀ ହେମ୍ବ୍ରମ୍‌, ରୋହିତ ପୂଜାରୀ ଓ ଅଶ୍ବିନୀ ପାତ୍ର। ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗତ ବର୍ଷ ସବୁଠାରୁ ଗରିବ ଥିଲେ ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଏଥର ବି ସେମାନେ ସେହି ସ୍ଥାନ ବଜାୟ ରଖିଛନ୍ତି। ତାଙ୍କର ମୋଟ୍ ସମ୍ପତ୍ତି ମୂଲ୍ୟ ୪୨ ଲକ୍ଷ ଟଙ୍କା ରହିଛି।

Tags: