ଜ୍ୟୋତିପ୍ରକାଶଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ
କଟକ: ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଦୁଃଖଦ ମୃତ୍ୟୁ ଘଟିଛି । ଆତ୍ମାହୁତି ଦେଇଥିବା ପୀଡ଼ିତାଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିବା ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳ ବର୍ତ୍ତମାନ କଟକ ଏସସିବି ବର୍ଣ୍ଣ ୟୁନିଟ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଘଟଣା ପରେ ତାଙ୍କୁ ଯେମିତି ସମସ୍ତେ ଭୁଲି ଯାଇଥିଲେ । ଏହି ଘଟଣା ଗଣମାଧ୍ୟମରେ ପ୍ରଚାର ପରେ ତତ୍ପର ହୋଇଛନ୍ତି ରାଜ୍ୟସରକାର । ଜ୍ୟୋତିପ୍ରକାଶ ବିଶ୍ବାଳଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]
କଟକ: ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଦୁଃଖଦ ମୃତ୍ୟୁ ଘଟିଛି । ଆତ୍ମାହୁତି ଦେଇଥିବା ପୀଡ଼ିତାଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିବା ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳ ବର୍ତ୍ତମାନ କଟକ ଏସସିବି ବର୍ଣ୍ଣ ୟୁନିଟ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଘଟଣା ପରେ ତାଙ୍କୁ ଯେମିତି ସମସ୍ତେ ଭୁଲି ଯାଇଥିଲେ । ଏହି ଘଟଣା ଗଣମାଧ୍ୟମରେ ପ୍ରଚାର ପରେ ତତ୍ପର ହୋଇଛନ୍ତି ରାଜ୍ୟସରକାର । ଜ୍ୟୋତିପ୍ରକାଶ ବିଶ୍ବାଳଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଚାରି ବୁଝିଛନ୍ତି।
ଜ୍ୟୋତି ପ୍ରକାଶଙ୍କ ଚିକିତ୍ସା ପାଇଁ ଯାହା ଆବଶ୍ୟକ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଜ୍ୟୋତିପ୍ରକାଶ ଆହୁରି ଆଠ ଦିନ ଯାଏ କଟକ ବଡ଼ ଡାକ୍ତରଖାନାରେ ରହିବେ। ତାଙ୍କର ସ୍ବାସ୍ଥ୍ୟବସ୍ଥା ଧୀରେଧୀରେ ଭଲ ହେବାରେ ଲାଗିଛି। ତାଙ୍କର ଚିକିତ୍ସା ପାଇଁ ୪ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ଆହତ ଜ୍ୟୋତିପ୍ରକାଶଙ୍କ ମା’ଙ୍କ ସହିତ ଫୋନ ଯୋଗେ କଥା ହୋଇ ଜ୍ୟୋତିପ୍ରକାଶଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ବ୍ୟସ୍ତ ନହେବା ପାଇଁ ସାନ୍ତ୍ୱନା ଦେଇଛନ୍ତି। ତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିପ୍ରତି ବିଶେଷ ଧ୍ୟାନ ଦେବା ନିମନ୍ତେ ବର୍ଣ୍ଣ ୟୁନିଟର ଡାକ୍ତରୀ ଦଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହାପ୍ରଭୁଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଜ୍ୟୋତିପ୍ରକାଶଙ୍କ ମା ବନଲତା ବିଶ୍ଵାଳଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୋ ସହ କଥା ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୨ ତାରିଖ ଦିନ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଘଟିଥିବା ଅଘଟଣରେ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ଆହତ ହୋଇଥିଲେ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ । ତାଙ୍କୁ ମେଡିକାଲର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି।




