କୋଟିଆ କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

ଭୁବନେଶ୍ୱର : କୋଟିଆ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା । କୋଟିଆ ସୀମା ବିବାଦର ସ୍ଥିତିନେଇ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ସମେତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଓ ଭିଡିଓ କନଫରେନ୍ସ ଯୋଗେ କୋରାପୁଟ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ। ତେବେ ଏହି ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଆନ୍ଧ୍ର ସରକାରଙ୍କ ସହ ଆଲୋଚନା କରିପାରନ୍ତି ବୋଲି ସୂଚନା ଦେଇଛନ୍ତି […]

କୋଟିଆ କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା
Samaya Live Picture
Published On

ଭୁବନେଶ୍ୱର : କୋଟିଆ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା । କୋଟିଆ ସୀମା ବିବାଦର ସ୍ଥିତିନେଇ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ସମେତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଓ ଭିଡିଓ କନଫରେନ୍ସ ଯୋଗେ କୋରାପୁଟ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ। ତେବେ ଏହି ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଆନ୍ଧ୍ର ସରକାରଙ୍କ ସହ ଆଲୋଚନା କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ୨ ଘଣ୍ଟା ଧରି ହୋଇଥିଲା ଆଲୋଚନା । ୧୯୨୦ ମସିହାରୁ କୋଟିଆ ସୀମା ବିବାଦ ସମସ୍ୟା ରହିଛି । କିନ୍ତୁ ପୂର୍ବରୁ ଏହି ସମସ୍ୟାର ସମାଧାନ ନହେବାରୁ ଏଭଳି ସ୍ଥିତି ଦିନକୁ ଦିନ ଜଟିଳ ହେଉଛି ।

ଏଥିପାଇଁ ରାଜସ୍ବ ବିଭାଗ ନେତୃତ୍ୱରେ ଗଠିତ ହେବ ଏକ କମିଟି । ଏହି କମିଟିରେ ବିଭିନ୍ନ ବିଭାଗର ଅଧିକାରୀ ରହିବେ । ଯେଉଁ ମାନଙ୍କର କୋଟିଆ ଅଞ୍ଚଳ ଉପରେ ଅନୁଭବ ରହିଛି , ସେହି ବ୍ୟକ୍ତି ବିଶେଷ ମାନେ କମିଟିରେ ରହିବେ । ୧୫ ଦିନ ମଧ୍ୟରେ କମିଟି ଘୋଷଣା ହେବ । ପରେ ଫିଲଡ଼ ଭିଜିଟ କରି ସ୍ଥିତି ଅନୁଧ୍ୟାନ କରିବ ଟିମ ।

ସେପଟେ ଆନ୍ଧ୍ର ପ୍ରଶାସନ ପକ୍ଷରୁ କୋଟିଆରେ ବାରମ୍ଵାର ଅନୁପ୍ରବେଶ ଜାରି ରହିଛି। ଧୂଳିପଦର ଗାଁରେ ଆନ୍ଧ୍ରପ୍ରଦେଶ ସାଲୁର ମଣ୍ଡଳମ ପକ୍ଷରୁ ୧୦ ହଜାର ଲିଟର ପାଣି ଟାଙ୍କି ଲୁଚି ଛପି ନିର୍ମାଣ ଚାଲିଛି। ଗତକାଲି ଆନ୍ଧ୍ର ପକ୍ଷରୁ ତିନି ଜଣ ଶ୍ରମିକ ଟାଙ୍କିରେ ରଙ୍ଗ ଦେଉଥିବା ବେଳେ କୋଟିଆ ପୁଲିସ ସେମାନଙ୍କୁ ଥାନାକୁ ଆଣି ବ୍ୟକ୍ତିଗତ ମୁଚାଲିକାରେ ତାଗିଦ୍ କରି ଛାଡ଼ି ଦେଇଥିଲା ।

Tags: