ଜୁଲାଇ ୮ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ

ଭୁବନେଶ୍ୱର : ଚଳିତ ବର୍ଷର ୨ ଦିନିଆ ପଡୁଛି ରଥ ଯାତ୍ରା । ରଥଯାତ୍ରାପାଇଁ ୨ ଦିନିଆ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୭/୮ ଦିନ ଧରି ଅନୁଷ୍ଠିତ ହେବ ରଥଯାତ୍ରା I ତେବେ ୭ ତାରିଖ ରବିବାର ଏବଂ ୮ ତାରିଖ ସୋମବାର ପଡୁଛି । ତେଣୁ ରଥଯାତ୍ରା ପାଇଁ ସୋମବାର ଦିନ ଛୁଟି ଘୋଷଣା କରାଯାଇଛି । ଏହି ଦିନ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ କାର୍ଯ୍ୟାଳୟ, ରାଜସ୍ୱ […]

Samaya Live Picture
Published On

ଭୁବନେଶ୍ୱର : ଚଳିତ ବର୍ଷର ୨ ଦିନିଆ ପଡୁଛି ରଥ ଯାତ୍ରା । ରଥଯାତ୍ରାପାଇଁ ୨ ଦିନିଆ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୭/୮ ଦିନ ଧରି ଅନୁଷ୍ଠିତ ହେବ ରଥଯାତ୍ରା I ତେବେ ୭ ତାରିଖ ରବିବାର ଏବଂ ୮ ତାରିଖ ସୋମବାର ପଡୁଛି । ତେଣୁ ରଥଯାତ୍ରା ପାଇଁ ସୋମବାର ଦିନ ଛୁଟି ଘୋଷଣା କରାଯାଇଛି । ଏହି ଦିନ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟଙ୍କ କୋର୍ଟ, ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଛୁଟି ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ତେବେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୁଲାଇ ୮ ତାରିଖକୁ ସରକାରୀ ଛୁଟି ଦିନ ଭାବେ ଘୋଷଣା କରାଯାଇ ଥିବାରୁ ଏହି ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ସୋମବାର ଦିନଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହିତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଥିଲେ ।

Tags: