ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ

ଭୁବନେଶ୍ୱର : ବାତ୍ୟା ‘ଦାନା’ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆରମ୍ଭ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି । ରେସକ୍ୟୁ ରିଲିଫ ଓ ରିଷ୍ଟୋରେସେନ ନେଇ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିପଦସଙ୍କୁଳ ଅଞ୍ଚଳରୁ ବର୍ତ୍ତମାନ ୩୦% ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଛି। ଆଜି […]

Samaya Live Picture
Published On

ଭୁବନେଶ୍ୱର : ବାତ୍ୟା ‘ଦାନା’ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆରମ୍ଭ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି । ରେସକ୍ୟୁ ରିଲିଫ ଓ ରିଷ୍ଟୋରେସେନ ନେଇ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ବିପଦସଙ୍କୁଳ ଅଞ୍ଚଳରୁ ବର୍ତ୍ତମାନ ୩୦% ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଛି। ଆଜି ଦିନ ୧୧ଟା ସୁଦ୍ଧା ସ୍ଥାନାନ୍ତର କାମ ସରିବ।ଗତକାଲି ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବାତ୍ୟା ପରିଚାଳନାକୁ ଅତ୍ୟନ୍ତ ଗୁରତର ସହ ନେଇଛନ୍ତି ସରକାର। SRCଙ୍କ କାର୍ଯ୍ୟାଳୟରେ ଦିନ ରାତି ମନିଟରିଂ ଚାଲିଛି, ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ପାଇଁ ବ୍ୟବସ୍ଥା ହୋଇଛି। ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ବଣ୍ଟନ କରାଯାଇଛି। ଜିରୋ କାଜୁଆଲିଟି ଆମ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଅନ୍ୟପଟେ ବାତ୍ୟା ଦାନା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ପଶ୍ଚିମବଙ୍ଗ ଗଙ୍ଗା ସାଗର ବିଚରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାରେ ଲାଗିଛି । ଧୀରେ ଧୀରେ ପବନର ବେଗ ମଧ୍ୟ ତୀବ୍ର ହେଲାଣି। ଗଙ୍ଗାସାଗର ଅଞ୍ଚଳରେ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୃଦ୍ଧ ବୃଦ୍ଧା ଏବଂ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସାରିଛି। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗରେ ଅନେକ ଟ୍ରେନ୍ ବାତିଲ କରାଯାଇଛି।

ଆଜି ରାତି ୮ଟାରୁ କାଲି ପର୍ଯ୍ୟନ୍ତ ୨୦୦ ଦୂରଗାମୀ ଏବଂ ଲୋକାଲ ଟ୍ରେନ ବାତିଲ କରାଯାଇଛି। ସେହିଭଳି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ହେଲପଡେସ୍କ ଖୋଲାଯାଇଛି । ପୁରୀ ପାଇଁ 89261_00356,ଖୋର୍ଦ୍ଧାରୋଡ ଲାଗି 8926_100215, ଭୁବନେଶ୍ବର 81143_82371, କଟକ- 81143_82359,ପାରାଦୀପ-81143_88302, ଯାଜପୁର କେନ୍ଦୁଝରରୋଡ- 8114382342, ଭଦ୍ରକ ପାଇଁ 8114382301 ନମ୍ବର ଜାରି ହୋଇଛି ।

Tags: