ଉତ୍କର୍ଷ ଓଡିଶା କନକ୍ଳେଭରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ
ଭୁବନେଶ୍ୱର : ଉତ୍କର୍ଷ ଓ ମେକ ଇନ ଓଡ଼ିଶା କନକ୍ଲେଭ କାର୍ଯ୍ୟକ୍ରମ – ୨୦୨୫ ର ଆଜି ଦ୍ଵିତୀୟ ଦିନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ ହେବ। ଇପିକଲରେ ମହିଳା ନିବେଶକଙ୍କ ପାଇଁ ସ୍ବତନ୍ତ୍ର ସେଲ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ଇପିକଲ୍ ମହିଳା ନିବେଶକଙ୍କ ପାଇଁ ସ୍ପତନ୍ତ୍ର ସେଲ୍ ଖୋଲିବ। ଆଜି ଉତ୍କର୍ଷ ଓଡିଶା କନକ୍ଲେଭରେ […]
ଭୁବନେଶ୍ୱର : ଉତ୍କର୍ଷ ଓ ମେକ ଇନ ଓଡ଼ିଶା କନକ୍ଲେଭ କାର୍ଯ୍ୟକ୍ରମ – ୨୦୨୫ ର ଆଜି ଦ୍ଵିତୀୟ ଦିନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ ହେବ। ଇପିକଲରେ ମହିଳା ନିବେଶକଙ୍କ ପାଇଁ ସ୍ବତନ୍ତ୍ର ସେଲ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ଇପିକଲ୍ ମହିଳା ନିବେଶକଙ୍କ ପାଇଁ ସ୍ପତନ୍ତ୍ର ସେଲ୍ ଖୋଲିବ। ଆଜି ଉତ୍କର୍ଷ ଓଡିଶା କନକ୍ଲେଭରେ ମହିଳା ନିବେଶକଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ରାଜ୍ୟ ତଥା ଦେଶର ସଫଳ ମହିଳା ବ୍ୟବସାୟୀଙ୍କ ସହ କଥା ହୋଇଛନ୍ତି । ଏଥିରେ ରୁଚି ଫୁଡ୍ ଲାଇନ୍, ମିଲ୍କ ମନ୍ତ୍ର, ଲୁମିନସ୍ ପାଓ୍ବାର , ଇନଡଲ୍ଜ ପ୍ରାଇଭେଟ୍ ଲିମିଟେଡ୍ ଭଳି ଓଡିଶା ଆଧାରିତ କମ୍ପାନୀର ମୁଖ୍ୟମାନେ ଯୋଗଦେଇଥିଲେ। ସମ୍ମିଳନୀର ପ୍ରଥମ ଦିନରେ ପ୍ରାୟ ୪ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି। ଏବେ ସୁଦ୍ଧା ବିଭିନ୍ନ ଶିଳ୍ପ ସଂସ୍ଥା ସହ ୫୪ଟି ଏମଓୟୁ ସ୍ଵାକ୍ଷରିତ କରିଛନ୍ତି ରାଜ୍ୟ ସରକାର।
ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜର ଅଭିଭାଷଣ ଜରିଆରେ କହିଛନ୍ତି,ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସୁଯୋଗ ଅଛି । ନିବେଶ ପାଇଁ ଏବେ ପ୍ରକୃଷ୍ଟ ସମୟ । ରାଜ୍ୟର ୬ଟି ସ୍ଥାନରେ ଇକୋ ରିଟ୍ରିଟ ଚାଲିଛି, ସବୁ ହାଉସଫୁଲ । ଥାଇଲାଣ୍ଡ, ମାଲେସିଆରେ କ’ଣ ଅଛି ଯାହା ଓଡ଼ିଶାରେ ନାହିଁ । କୋରାପୁଟ ବହୁତ ସୁନ୍ଦର, କିନ୍ତୁ କୋରାପୁଟ ପାଇଁ କିଛି MoU ନାହିଁ। ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ଉପମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଆହ୍ବାନ କରିଛନ୍ତି। ରାଜ୍ୟ ତଥା ଦେଶର ସଫଳ ମହିଳା ବ୍ୟବସାୟୀଙ୍କ ସହ କଥା ହୋଇଛନ୍ତି।




