୨୧ ଟି ଏନଏସି ଗଠନ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ନୂଆ ସରକାରର ଫୋକସରେ ରହିଛି ସହରାଞ୍ଚଳ ବିକାଶ। ସ୍ୱାଧୀନତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ଘୋଷଣା କରିଛନ୍ତି I ସହରାଞ୍ଚଳର ଦ୍ରୁତ ବିକାଶ ଏବଂ ଅଭିବୃଦ୍ଧି ପାଇଁ ଗଠନ ହେବ ୨୧ ଟି ନୂଆ ଏନଏସି । ସେହିଭଳି ନୂଆ ମ୍ୟୁନିସିପାଲଟି ମଧ୍ୟ ଗଠନ କରାଯିବ। ରାଜ୍ୟରେ ମାତ୍ର ୧୭ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ରହୁଛନ୍ତି । ବାକି ଗ୍ରାମାଞ୍ଚଳରେ ରହୁଛନ୍ତି । ନୂଆ ଏନଏସି ଗଠନ ଘୋଷଣା ପରେ […]
ଭୁବନେଶ୍ୱର : ନୂଆ ସରକାରର ଫୋକସରେ ରହିଛି ସହରାଞ୍ଚଳ ବିକାଶ। ସ୍ୱାଧୀନତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ଘୋଷଣା କରିଛନ୍ତି I ସହରାଞ୍ଚଳର ଦ୍ରୁତ ବିକାଶ ଏବଂ ଅଭିବୃଦ୍ଧି ପାଇଁ ଗଠନ ହେବ ୨୧ ଟି ନୂଆ ଏନଏସି । ସେହିଭଳି ନୂଆ ମ୍ୟୁନିସିପାଲଟି ମଧ୍ୟ ଗଠନ କରାଯିବ। ରାଜ୍ୟରେ ମାତ୍ର ୧୭ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ରହୁଛନ୍ତି । ବାକି ଗ୍ରାମାଞ୍ଚଳରେ ରହୁଛନ୍ତି । ନୂଆ ଏନଏସି ଗଠନ ଘୋଷଣା ପରେ ବିଭିନ୍ନ ଅଞ୍ଚଳରେ ଏବେ ଚର୍ଚ୍ଚା ବଢିଛି ।
ସମ୍ଭାବ୍ୟ ନୂଆ ଏନଏସି : ପାଲଲହଡ଼ା,ଧୁଷୁରୀ,ତିହିଡ଼ି,ସାଲେପୁର, ଚିତ୍ରଡ଼ା ,ବୀରମହାରାଜପୁର, ବେତନଟୀ ବାମରା, ବଙ୍ଗୋମୁଣ୍ଡା ,ଖଇରା, ଉଲୁଣ୍ଡା ,କାକଟପୁର, ବୋଲଗଡ଼ ରହିଛି ।
ବିଜେଡି ସରକାର ସମୟରେ ୫୭ଟି ନୂଆ ଏନଏସି ଏବଂ ୬ଟି ଏନଏସିକୁ ମ୍ୟୁନିସିପାଲିଟି କରିବାକୁ ହୋଇଥିଲା ଘୋଷଣା କିନ୍ତୁ ସରକାରୀ ସ୍ତରରେ ବିଧିବଦ୍ଧ ଭାବେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିଲା
ସେହିଭଳି ଭୁବନେଶ୍ୱରରେ ଖୁବ ଶୀଘ୍ର ନିର୍ମାଣ ହେବ ଜନଆଶ୍ରୟ ଭବନ । ଏଠାରେ ସ୍ୱଳ୍ପ ଖର୍ଚ୍ଚରେ ଲୋକେ ରହି ନିଜ ନିଜ କାର୍ଯ୍ୟ ସୁବିଧାରେ କରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।




