ଜିଲ୍ଲାପାଳଙ୍କ ସମ୍ମିଳନୀରେ ରାଜ୍ୟ ପୋଲିସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସପି ସମ୍ମିଳନୀର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ଦେଇ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ପୁଲିସର ମନ୍ତ୍ର ହେଉଛି ସେବା ଓ ସୁରକ୍ଷା। ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଆମ ରାଜ୍ୟରେ ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ବିଗତ ୨୨ ବର୍ଷ ଓଡ଼ିଶା […]

Samaya Live Picture
Published On

ଭୁବନେଶ୍ୱର : ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସପି ସମ୍ମିଳନୀର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ଦେଇ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ପୁଲିସର ମନ୍ତ୍ର ହେଉଛି ସେବା ଓ ସୁରକ୍ଷା। ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଆମ ରାଜ୍ୟରେ ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ବିଗତ ୨୨ ବର୍ଷ ଓଡ଼ିଶା ପାଇଁ ବିରାଟ କାଳଖଣ୍ଡ ଥିଲା। ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର ୯.୭୩%। ଯାହା ଅତ୍ୟନ୍ତ ନୈରାଶ୍ୟଜନକ । ଏହା ଯୈକୌଣସି ମାନଦଣ୍ଡରେ ଗ୍ରହଣୀୟ ନୁହେଁ । ଏହାର କେବଳ ଦୁଇଟି ଅର୍ଥ ହୁଏତ ପୋଲିସର ତଦନ୍ତ ଠିକ୍ ସେ ହେଉନାହିଁ, କିମ୍ବା ତ୍ବରିତ ଦଣ୍ଡବିଧାନ ଲାଗି ବିଭାଗର ଆନ୍ତରିକତା ନାହିଁ । ଆମ ସରକାର ଏହାକୁ ବରଦାସ୍ତ କରିବନି । ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ତ୍ବରିତ ନ୍ୟାୟ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ ।

ମହିଳାଙ୍କ ବିରୋଧରେ ଅସଦାଚରଣ ଓଡ଼ିଶାରେ ଅଧିକ । ଦିନ ହେଉକି ରାତି ଅଭିଯୋଗ ଶୁଣ । ପୋଲିସ୍ ହେଉଛି ଜନସାଧାରଣଙ୍କ ବନ୍ଧୁ । ଜନତାଙ୍କ ମଧ୍ୟରେ ପୋଲିସ୍ ବିଶ୍ବାସ ଆଣୁ । ସପ୍ତାହେ ଭିତରେ ପେଣ୍ଡିଂ କେସ୍ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ମାଓବାଦୀଙ୍କ ପ୍ରଭାବ ହ୍ରାସ ପାଉଛି । କେନ୍ଦ୍ର ସରକାରଙ୍କ ସହଭାଗିତାରେ ନକ୍ସଲମାନଙ୍କୁ ଓଡ଼ିଶାରୁ ନିପାତ କରିବା ଲାଗି ଆମ ସରକାର ଦୃଢ ସଙ୍କଳ୍ପବଦ୍ଧ । ପୋଲିସ୍ ବାହିନୀକୁ ସୁଦୃଢ କରିବା ଲାଗି ଆବଶ୍ୟକ ସରଞ୍ଜାମ, ଅସ୍ତ୍ରଶସ୍ତ୍ର, ପ୍ରଶିକ୍ଷଣ, ଉପକରଣ, ଯାନବାହାନ ଯଥାଶୀଘ୍ର ସରକାର ଯୋଗାଇ ଦେବ । ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ଆରକ୍ଷୀ ଅଧିକ୍ଷକ ମାନେ ମାଓବାଦୀ କାର୍ଯ୍ୟକଳାପ ରୋକିବା ଲାଗି ସଂକଳ୍ପବଦ୍ଧ ହେବାର ଆବଶକ୍ୟତା ରହିଛି ।

Tags: