ଆଜି ଅପରାହ୍ଣରେ ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ପୁରୀ :ଆଜି ଅପରାହ୍ଣରେ ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୪ଟା ୫୦ରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରିବେ । ଏହି ଅବସରରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ସହ ଶ୍ରୀଜଗନ୍ନାଥବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ବୁଲି ଦେଖିବେ I ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବା ବାଟରେ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ପ୍ରଦର୍ଶନୀ ଦେଖିବେ । ଗତ […]
ପୁରୀ :ଆଜି ଅପରାହ୍ଣରେ ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୪ଟା ୫୦ରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରିବେ । ଏହି ଅବସରରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ସହ ଶ୍ରୀଜଗନ୍ନାଥବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ବୁଲି ଦେଖିବେ I ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବା ବାଟରେ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ପ୍ରଦର୍ଶନୀ ଦେଖିବେ । ଗତ ୧୭ ତାରିଖରେ ଲୋକାର୍ପିତ ହୋଇଥିଲା ପରିକ୍ରମା ପ୍ରକଳ୍ପ । ଲୋକାର୍ପଣ ପରେ ପରିକ୍ରମା ମାର୍ଗରେ ପଦକ୍ଷିଣ କରିଥିଲେ ମୁଖ୍ୟମନ୍ତ୍ରୀ ।




