ଅପରାହ୍ନରେ ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଶରଧାବାଲି ଅଘଟଣ ପରେ ପ୍ରଥମ ଥର ପାଇଁ ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରଥଯାତ୍ରାର ଆଗାମୀ ନୀତିକାନ୍ତିକୁ ନେଇ ସେବାୟତ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆଗକୁ ବାହୁଡା ଯାତ୍ରା ଏବଂ ସୁନାବେଶ ଥିବାରୁ ଏହା କିପରି ସୁଚାରୁ ରୂପେ ସମ୍ପାଦନ ହେବ ସେନେଇ ସର୍କିଟ ହାଉସରେ ଶ୍ରୀମନ୍ଦିର ସେବାୟତଙ୍କ ସହ ଆଲୋଚନା କରିବେ । ଆଜି ଅପରାହ୍ନ ୩ ଟାରେ ମୁଖ୍ୟମନ୍ତ୍ରୀ […]
ଭୁବନେଶ୍ୱର : ଶରଧାବାଲି ଅଘଟଣ ପରେ ପ୍ରଥମ ଥର ପାଇଁ ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରଥଯାତ୍ରାର ଆଗାମୀ ନୀତିକାନ୍ତିକୁ ନେଇ ସେବାୟତ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆଗକୁ ବାହୁଡା ଯାତ୍ରା ଏବଂ ସୁନାବେଶ ଥିବାରୁ ଏହା କିପରି ସୁଚାରୁ ରୂପେ ସମ୍ପାଦନ ହେବ ସେନେଇ ସର୍କିଟ ହାଉସରେ ଶ୍ରୀମନ୍ଦିର ସେବାୟତଙ୍କ ସହ ଆଲୋଚନା କରିବେ । ଆଜି ଅପରାହ୍ନ ୩ ଟାରେ ମୁଖ୍ୟମନ୍ତ୍ରୀ ପୁରୀ ଅଭିମୁଖେ ବାହାରିବେ । ତାଙ୍କ ସହିତ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ପୁରୀ ଗସ୍ତ କରିବାର ସୂଚନା ରହିଛି । କାରଣ ଶରଧାବାଲିରେ ଯେଉଁଭଳି ଅଘଟଣ ଘଟିଗଲା ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଗତକାଲି ଘଟଣାସ୍ଥଳ ଯାଇ ଅନୁଧ୍ୟାନ କରିଛନ୍ତି ତଦନ୍ତ କମିଶନ ଅନୁ ଗର୍ଗ । ଏକମାସ ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।




