ନୂଆପଡା ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ,ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ହେବ ଘୋଷଣା

ଭୁବନେଶ୍ୱର : ଆଜି ନୂଆପଡା ଜିଲା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜିଲାରେ ୧୧୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଏକ୍ସରେ ସୂଚନା ଦେଇଛନ୍ତି । ଆଜି ଭୁବନେଶ୍ୱରରୁ ବାହାରି ନୂଆପଡ଼ା ଗୌତମା ଏୟାରଷ୍ଟ୍ରିପ୍‌ରେ ୧୧ଟା ୪୫ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରୁ ସେ ସିଧା ଯାଇ ନୂଆପଡ଼ା ମିନି ଷ୍ଟାଡିୟମରେ ଆୟୋଜିତ […]

ନୂଆପଡା ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ,ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ହେବ ଘୋଷଣା
Samaya Live Picture
Published On

ଭୁବନେଶ୍ୱର : ଆଜି ନୂଆପଡା ଜିଲା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜିଲାରେ ୧୧୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଏକ୍ସରେ ସୂଚନା ଦେଇଛନ୍ତି ।

ଆଜି ଭୁବନେଶ୍ୱରରୁ ବାହାରି ନୂଆପଡ଼ା ଗୌତମା ଏୟାରଷ୍ଟ୍ରିପ୍‌ରେ ୧୧ଟା ୪୫ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରୁ ସେ ସିଧା ଯାଇ ନୂଆପଡ଼ା ମିନି ଷ୍ଟାଡିୟମରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ସରକାର, ଜନକଲ୍ୟାଣ ଓ ବିକାଶକୁ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି । ନୂଆପଡା ଜିଲ୍ଲାର ବିକାଶକୁ ପ୍ରାଥମିକତା ଦେଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଗୁଡିକର ଉଦଘାଟନ ହେବ । ଏହି ପ୍ରକଳ୍ପ ଗୁଡିକ କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ଏବଂ ଗ୍ରାମ୍ୟ ଉନ୍ନୟନ ଭଳି କ୍ଷେତ୍ରରେ ବିପୁଳ ଅଭିୃବଦ୍ଧି ଆଣିବା ସହ ଉନ୍ନତ ସଂଯୋଗୀକରଣ, ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଏବଂ ଜୀବନଧାରଣମାନର ଉନ୍ନତିକୁ ସୁନିଶ୍ଚିତ କରିବ । ସର୍ବସ୍ପର୍ଶୀ ଓ ସମାବେଶୀ ବିକାଶ ସହ ଓଡ଼ିଶାର ଜନ ସାଧାରଣଙ୍କ ସେବା କରି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମ ସରକାର ସଂକଳ୍ପବଦ୍ଧ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।

ଆଗକୁ ନୂଆପଡାରେ ଉପନିର୍ବାଚନ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଛି ।

Tags: