ଜଳ ସମ୍ପଦ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଜଳ ସମ୍ପଦ ବିଭାଗ ଅଚାନକ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଜଳ ସମ୍ପଦ ବିଭାଗର କାର୍ଯ୍ୟ କିପରି ଚାଲୁଛି ସେନେଇ ଶୁକ୍ରବାର ୧୦ଟା ୧୫ ମିନିଟରେ ଅଚାନକ ରାଜୀବ ଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ଉନ୍ନୟନ କମିଶନର ଅନୁ ଗର୍ଗ ମଧ୍ୟ ପହଞ୍ଚି ପୁରା ବିଭାଗ ବୁଲି ଦେଖିଥିଲେ । ଏହାସହ ରାଜ୍ୟ ହାଇଡ୍ରୋଲୋଜିକାଲ ଡାଟା ସେଣ୍ଟର ମଧ୍ୟ ବୁଲି ଦେଖିଥିଲେ । […]
ଭୁବନେଶ୍ୱର : ଜଳ ସମ୍ପଦ ବିଭାଗ ଅଚାନକ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଜଳ ସମ୍ପଦ ବିଭାଗର କାର୍ଯ୍ୟ କିପରି ଚାଲୁଛି ସେନେଇ ଶୁକ୍ରବାର ୧୦ଟା ୧୫ ମିନିଟରେ ଅଚାନକ ରାଜୀବ ଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ଉନ୍ନୟନ କମିଶନର ଅନୁ ଗର୍ଗ ମଧ୍ୟ ପହଞ୍ଚି ପୁରା ବିଭାଗ ବୁଲି ଦେଖିଥିଲେ । ଏହାସହ ରାଜ୍ୟ ହାଇଡ୍ରୋଲୋଜିକାଲ ଡାଟା ସେଣ୍ଟର ମଧ୍ୟ ବୁଲି ଦେଖିଥିଲେ । ରାଜ୍ୟରେ ଡ୍ୟାମ୍ର ସ୍ଥିତି ୱାଟର ଲେବଲ ବିଷୟରେ ଅବଗତ ହୋଇଥିଲେ । ମୌସୁମୀ ଏବଂ ବାତ୍ୟା ପରେ ଡ୍ୟାମର ସ୍ଥିତି କିପରି ରହିଛି ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ନେଇଥିଲେ ।
ଏହାପରେ ବିଭାଗର ସମସ୍ତ ମହଲରେ ଥିବା ଅଧିକାରୀଙ୍କ ଚାମ୍ବର ସହ ସମ୍ମିଳନୀ କକ୍ଷକୁ ବି ଯାଇ ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ବିଭାଗର ଅଧିକାରୀ ମାନେ ଭଲ କାମ କରୁଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କ ଟାର୍ଗେଟ୍ ୧୫ ଲକ୍ଷ ହେକ୍ଟର ଜମିର ଜଳ ସେଚନ ପାଇଁ ମିଶନ ମୋଡ଼ରେ କାମ କରିବାକୁ ନିର୍ଦ୍ଦେଶ ଦେଇଛି । ଅଧିକରୁ ଅଧିକ ଜଳ ସଂରକ୍ଷଣ ପାଇଁ ବିଭାଗକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।




