ଓକିଲ ଆନ୍ଦୋଳନ ବେଳେ ଅଭାବନୀୟ ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ : ସୁରେଶ ପୂଜାରୀ

ନୂଆଦିଲ୍ଲୀ : ପଶ୍ଚିମ ଓଡ଼ିଶାରେ ଓକିଲ ଆନ୍ଦୋଳନ ବେଳେ ଘଟିଥିବା ହିଂସା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ I ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ସମୟରେ ହୋଇଥିବା ଗଣ୍ଡଗୋଳ ବେଳେ ଅନେକ ଓକିଲଙ୍କୁ ଗିରଫ କରାଯାଇଛି I ଗିରଫ ଓକିଲଙ୍କୁ ମୁକ୍ତ କରି ସେମାନଙ୍କ ଲାଇସେନ୍‌ସ୍‌ ସଚଳ କରିବା ସହିତ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ନିମନ୍ତେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ଲାଗି […]

Samaya Live Picture
Published On

ନୂଆଦିଲ୍ଲୀ : ପଶ୍ଚିମ ଓଡ଼ିଶାରେ ଓକିଲ ଆନ୍ଦୋଳନ ବେଳେ ଘଟିଥିବା ହିଂସା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ I ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ସମୟରେ ହୋଇଥିବା ଗଣ୍ଡଗୋଳ ବେଳେ ଅନେକ ଓକିଲଙ୍କୁ ଗିରଫ କରାଯାଇଛି I ଗିରଫ ଓକିଲଙ୍କୁ ମୁକ୍ତ କରି ସେମାନଙ୍କ ଲାଇସେନ୍‌ସ୍‌ ସଚଳ କରିବା ସହିତ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ନିମନ୍ତେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଅବଗତ କରାଇଦିଆ ଯାଇଛି I ଓକିଲଙ୍କ ଗିରଫ ଯୋଗୁଁ ସମ୍ବଲପୁର କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ହଇରାଣ ହେଉଛନ୍ତି ଗରିବ ଲୋକ । ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବା ବେଳେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ବିଜେପିର ୫ ଜଣ ବରିଷ୍ଠ ସାଂସଦ ।

ବିଜେପି ପକ୍ଷରୁ ନୂଆଦିଲ୍ଲୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା I ଏଥିରେ ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସଙ୍ଗୀତା ସିଙ୍ଗଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ଏକ ସମାଧାନର ବାଟ ବାହାର କରିବାକୁ ନିବେଦନ କରିଛନ୍ତି ।

ଏହା ସହ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ରାଜ୍ୟପାଳ କିମ୍ବା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ କୌଣସି ଆଲୋଚନା କଲେନି କି ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ରକୁ ପଠାଇଲେ ନାହିଁ। ଫଳରେ ଏପରି ହିଂସାତ୍ମକ ଘଟଣା ଘଟିଗଲା। ଏହି ଘଟଣାରେ ଓକିଲ, ଅଣ ଓକିଲ ଏବଂ କିନ୍ନରଙ୍କୁ ମିଶାଇ ୩୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪୩ ଜଣଙ୍କ ଲାଇସେନ୍ସ ଦେଢ ବର୍ଷ ପାଇଁ ବାତିଲ କରାଯାଇଛି । ତେଣୁ ପଶ୍ଚିମ ଓଡ଼ିଶାରେ କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି Iରାଜ୍ୟ ସରକାର ଚାହିଁଲେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ଗଠନ ହୋଇପାରିବ । କେନ୍ଦ୍ର ଆଇନମନ୍ତ୍ରୀ ସବୁ ସହଯୋଗ କରିବାକୁ ରାଜି ଅଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଆଗ୍ରହ ନ ଥିବାରୁ ଏ ସମସ୍ୟାର ସମାଧାନ ହୋଇପାରୁନାହିଁ । କେଉଁ ସ୍ଥାନରେ ଏହି ବେଞ୍ଚ ଗଠନ ହେବ, ଭତ୍ତିିଭୂମି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ରାଜ୍ୟପାଳଙ୍କ ସହ କଥା ହୋଇ ରିପୋର୍ଟ ଦେବାକୁ ଆଇନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । କିନ୍ତୁ ରାଜ୍ୟ ସରକାର ଅବହେଳା କରିବାରୁ ଏବେ ସମ୍ବଲପୁରରେ ଏଭଳି ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି ବୋଲି ବିଜେପି ସାଂସଦମାନେ ଅଭିଯୋଗ କରିଛନ୍ତି