ନବ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ
ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ଶୋକ ବାର୍ତ୍ତାରେ ନବୀନ ଲେଖିଛନ୍ତି, ନବଙ୍କ ଦେହାନ୍ତରେ ମୁଁ ମର୍ମାହତ । ସରକାର ଓ ଦଳ ପାଇଁ ସେ ବହୁ ମୁଲ୍ୟବାନ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଡାକ୍ତରଙ୍କ ଶତ ଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚାଇ ରଖାଯାଇପାରିନଥିଲା । ନବୀନ କହିଛନ୍ତି ସେ ଦଳ ପାଇଁ ରାଜ୍ୟ ପାଇଁ ଜଣେ ପ୍ରମୁଖ ଚେହେରା ଥିଲେ । […]
ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ଶୋକ ବାର୍ତ୍ତାରେ ନବୀନ ଲେଖିଛନ୍ତି, ନବଙ୍କ ଦେହାନ୍ତରେ ମୁଁ ମର୍ମାହତ । ସରକାର ଓ ଦଳ ପାଇଁ ସେ ବହୁ ମୁଲ୍ୟବାନ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଡାକ୍ତରଙ୍କ ଶତ ଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚାଇ ରଖାଯାଇପାରିନଥିଲା ।

ନବୀନ କହିଛନ୍ତି ସେ ଦଳ ପାଇଁ ରାଜ୍ୟ ପାଇଁ ଜଣେ ପ୍ରମୁଖ ଚେହେରା ଥିଲେ । ସ୍ୱାସ୍ଥ୍ୟବିଭାଗରେ ସେ ଦକ୍ଷତାର ସହ କାମ କରିଥିଲେ । ଲୋକଙ୍କ ପାଇଁ କେଉଁଭଳି ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବ ସେନେଇ ସେ ଚେଷ୍ଟା କରିଥିଲେ । ତାଙ୍କର ଏହି ବିୟୋଗ ରାଜ୍ୟ ପାଇଁ ବଡ କ୍ଷତି । ନବ ଦାସଙ୍କ ପରିବାର ପ୍ରତି ନବୀନ ସମବେଦନା ଜଣାଇଛନ୍ତି ।




