ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଧ୍ୟାତ୍ମିକ ପରିବେଶରେ କମ୍ପୁଛି ଏକାମ୍ର କ୍ଷେତ୍ର I ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଯଜ୍ଞରେ ପୁଷ୍ପାଞ୍ଜଳି ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ଜମି ଦେଇଥିବା ୧୦୧ ସେବାୟତ ଓ ଅନ୍ୟ ପରିବାରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ । ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ 5T ସଚିବ ଭିକେ ପାଣ୍ଡିଆନ । ଏହି […]

Samaya Live Picture
Published On

ଭୁବନେଶ୍ୱର : ଆଧ୍ୟାତ୍ମିକ ପରିବେଶରେ କମ୍ପୁଛି ଏକାମ୍ର କ୍ଷେତ୍ର I ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଯଜ୍ଞରେ ପୁଷ୍ପାଞ୍ଜଳି ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ଜମି ଦେଇଥିବା ୧୦୧ ସେବାୟତ ଓ ଅନ୍ୟ ପରିବାରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ । ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ 5T ସଚିବ ଭିକେ ପାଣ୍ଡିଆନ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ।

ଆଜି ଏକାମ୍ର କ୍ଷେତ୍ର ପରିସର ବେଦ, ମନ୍ତ୍ର ଓ ପୂଜାପାଠରେ କମ୍ପୁଛି । ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ ଅନୁସାରେ ଆରମ୍ଭ ହେବ କାମ। ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠକୁ ଭବ୍ୟ ଓ ସୁନ୍ଦର କରାଯିବା ଲାଗି ଯୋଜନା ହୋଇଛି।

ପ୍ରକଳ୍ପ କାର୍ଯ୍ୟ ନେଇ ଉପଦେଷ୍ଟା କମିଟି ଅଧ୍ୟକ୍ଷଙ୍କ ସହ ଟିକନିକ ଆଲୋଚନା କରିଥିଲେ 5T ସଚିବ । ସବୁ ବ୍ୟବସ୍ଥାର ଯାଞ୍ଚ କରିଥିଲେ 5T ସଚିବ । ଯଜ୍ଞସ୍ଥଳୀରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ 5T ସଚିବ ହାତ ଯୋଡ଼ି ମହାପ୍ରଭୁଙ୍କ ଆଶିଷ କାମନା କରିଥିଲେ ।

ଉଲ୍ଲେଖଯୋଗ୍ୟ, ସୋମବାର ମାଙ୍ଗଳିକ ଅଙ୍କୁରରୋପଣ ସରିବା ପରେ ମଙ୍ଗଳବାର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଗଢ଼ା ହୋଇଥିବା ଯଜ୍ଞ ମଣ୍ଡପରେ ହରିହରାତ୍ମକ ଯଜ୍ଞ ଆରମ୍ଭ ହୋଇଥିଲା। ଆଜି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଯଜ୍ଞ ପୂର୍ଣ୍ଣାହୁତି ହେଉଛି। ଏଥିପାଇଁ ସକାଳ ୬ଟା ୩୦ ପରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଶାଳା ପୂଜା, ଅଗ୍ନିପୂଜା ଓ ବଦନ ପରେ ୯ଟା ୩୦ ବେଳକୁ ଶିଳା ଶିଶୋଧନ, ଶିଳା ପ୍ରତିଷ୍ଠା, ଗର୍ଭ ସଂସ୍କାର ଓ ଶିଳାନ୍ୟାସ କର୍ମ କରାଯିବା ପରେ ଯଜ୍ଞ ପୂର୍ଣ୍ଣାହୁତି ହୋଇଛି।

Tags: