ରେଳ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା:ଓଡିଶାରେ ନିର୍ମାଣାଧୀନ ୭୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ

ଭୁବନେଶ୍ୱର:କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ଓଡିଶାରେ ରେଳ ଯୋଗାଯୋଗ ଓ ଆଇ.ଟି ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଛି । ଆଲୋଚନାରୁ ଜଣା ଯାଇଛି ଯେ, ଓଡିଶାରେ ବର୍ତ୍ତମାନ ୪୮ଟି ନୂଆ ରେଳ projects ନିର୍ମାଣ କାମ ଚାଲିଛି । ଏଥିପାଇଁ ୭୩,୭୨୩ କୋଟି […]

Samaya Live Picture
Published On

ଭୁବନେଶ୍ୱର:କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ଓଡିଶାରେ ରେଳ ଯୋଗାଯୋଗ ଓ ଆଇ.ଟି ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଛି ।
ଆଲୋଚନାରୁ ଜଣା ଯାଇଛି ଯେ, ଓଡିଶାରେ ବର୍ତ୍ତମାନ ୪୮ଟି ନୂଆ ରେଳ projects ନିର୍ମାଣ କାମ ଚାଲିଛି । ଏଥିପାଇଁ ୭୩,୭୨୩ କୋଟି ଟଙ୍କା ବିନିଯୋଗ କରାଯାଉଛି । ଏଥିରେ ନିକଟରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ୮ଟି ନୂଆ ପ୍ରକଳ୍ପ ମଧ୍ୟ ରହିଛି ।

ଏହି ୮ଟି ପ୍ରକଳ୍ପ ହେଉଛି — ଗୁଣୁପୁର – ଥେରୁବାଲି ନୂଆ ଲାଇନ, ଜୁନାଗଡ଼ – ନବରଙ୍ଗପୁର ନୂଆ ଲାଇନ, ମାଲକାନଗିରି – ପାଣ୍ଡୁରଙ୍ଗପୁରମ ( ଭାଇଆ ଭଦ୍ରାଚଲମ୍ ) ନୂଆ ଲାଇନ, ବାଦାମ ପାହାଡ଼ – କେନ୍ଦୁଝର ଗଡ ନୂଆ ଲାଇନ, ବାଙ୍ଗିରୀପୋଷୀ – ଗୋରୁମହିଷାଣୀ ନୂଆ ଲାଇନ, ବୁରାମର – ଚକୁଳିଆ ନୂଆ ଲାଇନ, ସରଡେଗା – ଭାଲୁମୁଣ୍ଡା ନୂଆ ଡବଲ ଲାଇନ ଏବଂ ବରଗଡ ରୋଡ – ନୂଆପଡ଼ା ରୋଡ ନୂଆ ଲାଇନ।

ସୂଚନାଯୋଗ୍ୟ ଯେ, ୨୦୧୪ ରୁ ୨୦୨୪ ମଧ୍ୟରେ ଓଡିଶାରେ ୧୮୨୭ କିଲୋମିଟର ଦୀର୍ଘ ରେଳ ଲାଇନ୍ ନିର୍ମାଣ କରାଯାଇଛି, ଯାହା କି ଶ୍ରୀଲଙ୍କାର ରେଳ ନେଟୱାର୍କ ଠାରୁ ଅଧିକ । ଏହି ଅବଧି ମଧ୍ୟରେ ୪୨୭ଟି ରେଳ Under-Bridge ମଧ୍ୟ ନିର୍ମାଣ କରାଯାଇଛି । ଓଡିଶାରେ ୬ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଥିବା ବେଳେ ଅମୃତ ଷ୍ଟେସନ୍ ଯୋଜନାରେ ୫୯ଟି ଷ୍ଟେସନର ଉନ୍ନତି କରାଯିବ ବୋଲି ଆଲୋଚନାରୁ ଜଣାଯାଇଛି ।

Tags: