ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର : ଭଦ୍ରକରେ ପ୍ରତିଷ୍ଠା ହେବ ବୟନ ପାର୍କ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍ ବିଭାଗ ମନ୍ତ୍ରୀ ହରଦୀପ ସିଂପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାଛଡ଼ା ଇଣ୍ଡିଆନ୍ ଅଏଲ୍ କୁ ବି ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ ୪ ହଜାର ୩ ଶହ ୮୨ କୋଟି ଟଙ୍କା ବିନିଯୋଗ କରିବାକୁ ଇଣ୍ଡିଆନ୍ ଅଏଲ୍ ଅନୁମୋଦନ କରିଥିଲା […]

Samaya Live Picture
Published On

ଭୁବନେଶ୍ବର : ଭଦ୍ରକରେ ପ୍ରତିଷ୍ଠା ହେବ ବୟନ ପାର୍କ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍ ବିଭାଗ ମନ୍ତ୍ରୀ ହରଦୀପ ସିଂପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାଛଡ଼ା ଇଣ୍ଡିଆନ୍ ଅଏଲ୍ କୁ ବି ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ ୪ ହଜାର ୩ ଶହ ୮୨ କୋଟି ଟଙ୍କା ବିନିଯୋଗ କରିବାକୁ ଇଣ୍ଡିଆନ୍ ଅଏଲ୍ ଅନୁମୋଦନ କରିଥିଲା I
ଏହାଦ୍ବାରା ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏନେଇ ନିଜର ସୋସିଆଲ୍ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନ ଧାମନଗର ଛକଠାରେ ହେବାକୁ ଥିବା ଏହି ବୟନ ପାର୍କ ପାଇଁ ୪ ହଜାର ୩ ଶହ ୮୨ କୋଟି ଟଙ୍କା ବିନିଯୋଗ କରିବାକୁ ଇଣ୍ଡିଆନ୍ ଅଏଲ୍ ଅନୁମୋଦନ କରିଛି। ଆଇଓସିଏଲ୍ ଓ ଏମ୍ସିପିଆଇ ପ୍ରାଇଭେଟ୍ ଲିମିଟେଡ୍ର ୫୦:୫୦ ଭାଗିଦାରୀରେ ଏହି ପ୍ରକଳ୍ପ ସ୍ଥାପନ ହେବ। ଏହି ପ୍ରକଳ୍ପରେ ୯୦୦ ଟିପିଡି କଣ୍ଟିନ୍ୟୁୟସ୍ ପଲିମେରାଇଜେସନ୍ (ସିପି) ୟୁନିଟ୍ ସହିତ ଟେକ୍ସଚ୍ର ସୂତା (ଡିଟିଵାଇ), ସମ୍ପୂର୍ଣ୍ଣ ଅଙ୍କିତ ସୂତା (ଏଡିଵାଇ), ପଲିଷ୍ଟର୍ ଚିପ୍ସ ଏବଂ ଆନୁସଙ୍ଗିକ ସୁବିଧା ଅନ୍ତର୍ଭୁକ୍ତ ରହିଛି। ଧାମନଗର ଛକଠାରେ ପ୍ରସ୍ତାବିତ ଟେକ୍ସଟାଇଲ ପାର୍କ ନିର୍ମାଣ ନିମନ୍ତେ ପୂର୍ବରୁ ଜମି ଅଧିଗ୍ରହଣ ହୋଇସାରିଥିଲା। କିନ୍ତୁ କାମ ଆରମ୍ଭ ହୋଇପାରୁ ନଥିଲା। ପ୍ରଥମେ ଏହି ସ୍ଥାନରେ ଧରଣୀ ସୁଗାର କମ୍ପାନି ଚିନିକଳ ନିର୍ମାଣ ପାଇଁ ୧୯୯୫ରେ ଧାମନଗର ଛକ ଜାତୀୟ ରାଜପଥ ପାର୍ଶ୍ୱରେ ୨୩୫ ଏକରରୁ ଅଧିକ ଜମି ଅଧିଗ୍ରହଣ ହୋଇଥିଲା। ଯାହା ଏବେ ଇଡ୍କୋ ଅଧୀନରେ ଅଛି। କିନ୍ତୁ ଚିନିକଳ ବସିଲା ନାହିଁ। ଅଧିକୃତ ହୋଇଥିବା ଜମିରେ ରାଜ୍ୟ ସରକାର ଫୁଡ୍ ପାର୍କ କରିବାକୁ କହିଥିବା ବେଳେ କେନ୍ଦ୍ର ସରକାର ଟେକ୍ସଟାଇଲ୍ ପାର୍କ ନିର୍ମାଣ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେଇଥିଲେ। ଅଧୀକୃତ ଜମି ମଧ୍ୟରୁ ଟେକ୍ସଟାଇଲ୍ ପାର୍କ ପାଇଁ ୫୬ ଏକର ଜମି ଇଡ୍କୋ ପ୍ରଦାନ କରିଛି।

ଉଲ୍ଲେଖଯୋଗ୍ୟ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନ ଧାମନଗର ଛକଠାରେ ହେବାକୁ ଥିବା ଏହି ବୟନ ପାର୍କ ପାଇଁ ୪ ହଜାର ୩ ଶହ ୮୨ କୋଟି ଟଙ୍କା ବିନିଯୋଗ କରିବାକୁ ଇଣ୍ଡିଆନ୍ ଅଏଲ୍ ଅନୁମୋଦନ କରିଛି।

Tags: