ହାବିଲଦାର, କନଷ୍ଟେବଳ ମାନଙ୍କୁ ମିଳିବ ଏକ ମାସର ଅଧିକ ଦରମା
ଭୁବନେଶ୍ୱର:ହାବିଲଦାର,କନଷ୍ଟେବଳ ମାନଙ୍କୁ ମିଳିବ ଏକ ମାସର ଅଧିକ ଦରମା।ମୋଟର ସାଇକେଲ ଭତ୍ତା ବାବଦରେ ପାଇବେ ଏକ ହଜାର ଟଙ୍କା। ପୋଷାକ ଭତ୍ତା ପାଇଁ ମିଳିବ ୧୦ ହଜାର ଟଙ୍କା। ମୁଖ୍ୟମନ୍ତ୍ରୀ। ପୋଲିସ ଡ୍ୟୁଟି ମିଟରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ହାବିଲଦାର, କନଷ୍ଟେବଳ ଓ ସିପାହୀମାନେ ଏଥର ବର୍ଷରେ ଏକ ମାସର ଦରମା ଅଧିକ ପାଇବେ । ନୂତନ ବେତନ ହାରରେ ତାଙ୍କୁ ଏହି ଦରମା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ […]
ଭୁବନେଶ୍ୱର:ହାବିଲଦାର,କନଷ୍ଟେବଳ ମାନଙ୍କୁ ମିଳିବ ଏକ ମାସର ଅଧିକ ଦରମା।ମୋଟର ସାଇକେଲ ଭତ୍ତା ବାବଦରେ ପାଇବେ ଏକ ହଜାର ଟଙ୍କା। ପୋଷାକ ଭତ୍ତା ପାଇଁ ମିଳିବ ୧୦ ହଜାର ଟଙ୍କା। ମୁଖ୍ୟମନ୍ତ୍ରୀ। ପୋଲିସ ଡ୍ୟୁଟି ମିଟରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ହାବିଲଦାର, କନଷ୍ଟେବଳ ଓ ସିପାହୀମାନେ ଏଥର ବର୍ଷରେ ଏକ ମାସର ଦରମା ଅଧିକ ପାଇବେ । ନୂତନ ବେତନ ହାରରେ ତାଙ୍କୁ ଏହି ଦରମା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଏହା ସହ ହାବିଲଦାର ଓ କନଷ୍ଟେବଳମାନେ ପୂର୍ଵରୁ ସାଇକେଲ ଭତ୍ତା ବାବଦରେ ମାତ୍ର ୩ଶହ ଟଙ୍କା ପାଉଥିଲେ ଏବେ ମୋଟର ସାଇକେଲ ଭତ୍ତା ବାବଦରେ ଏକ ହଜାର ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଓଡିଶା ପୋଲିସ ଓ. ଏସ. ଏ. ପି. ହାବିଲଦାର, କନଷ୍ଟେବଳ ଓ ସିପାହୀ ମହାସଂଘର ବାର୍ଷିକ ଉତ୍ସବ ଅବସରରେ ଘୋଷଣା କରିଛନ୍ତି। ଏହା ସହ ପୂର୍ବରୁ ପୋଷାକ ଭତ୍ତା ୫ ହଜାର ବଦଳରେ ଏଣିକି ୧୦ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ସହ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଭୁବନେଶ୍ୱର ଠାରେ ମହାସଂଘର ନୂତନ ଗୃହ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
ରାଜ୍ୟର ପ୍ରଗତି ପାଇଁ ସବୁଠାରୁ ମହତ୍ଵପୂର୍ଣ୍ଣ ଭୂମିକା ରାଜ୍ୟର ପୋଲିସ ବଳ ତୁଲାଇଥାନ୍ତି। ଏହି ପୋଲିସ ବିଭାଗରେ କନଷ୍ଟେବଳ ଏବଂ ସିପାହୀମାନେ ସବୁଠାରୁ ଗୁରୁ ଦାୟିତ୍ଵ ତୁଲାଉଛନ୍ତି । ଖରା, ବର୍ଷା, ଶୀତ କାକରକୁ ଭୃକ୍ଷେପ ନକରି କନଷ୍ଟେବଳ ଓ ସିପାହୀମାନେ ନିଜର ଦାୟିତ୍ଵ ସମ୍ପାଦନ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କ ପ୍ରତି ଆମ ସରକାରଙ୍କର ଯଥେଷ୍ଟ ସଂବେଦନଶୀଳତା ଓ ଦାୟିତ୍ୱବୋଧ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ପୋଲିସ ସେବାକୁ ଆହୁରି ପ୍ରଭାବୀ କରିବା ପାଇଁ ଭିତ୍ତିଭୂମି ଏବଂ ମାନବ ସମ୍ବଳ ଯୋଗାଇ ଦେବାକୁ ଆମ ସରକାର ପ୍ରତିଶୃତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।




