ଡ୍ରିଙ୍କ ଫ୍ରମ ଟ୍ୟାପ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ଆଜି ୫ଟି ସହରବାସୀଙ୍କୁ ମିଳିବ ବିଶୁଦ୍ଧ ପାଣି ମିଳିବ। ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର, ନିମାପଡାକୁ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ ଜଳ ଯୋଗାଣ । ଏହା ସହ ୧୩ଟି ସହରର ୧୪୯ଟି ୱାର୍ଡରେ ଡ୍ରିଙ୍କ ଫ୍ରମ ଟ୍ୟାପରୁ ଜଳ ଯୋଗାଣ କରାଯିବ। ଭୁବନେଶ୍ବର ସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ଡ୍ରିଙ୍କ […]

Samaya Live Picture
Published On

ଭୁବନେଶ୍ୱର :ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ଆଜି ୫ଟି ସହରବାସୀଙ୍କୁ ମିଳିବ ବିଶୁଦ୍ଧ ପାଣି ମିଳିବ। ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର, ନିମାପଡାକୁ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ ଜଳ ଯୋଗାଣ । ଏହା ସହ ୧୩ଟି ସହରର ୧୪୯ଟି ୱାର୍ଡରେ ଡ୍ରିଙ୍କ ଫ୍ରମ ଟ୍ୟାପରୁ ଜଳ ଯୋଗାଣ କରାଯିବ। ଭୁବନେଶ୍ବର ସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ୩ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଭଲ ପିଇବା ପାଣି ଯୋଗାଇବା ଆମର ଲକ୍ଷ୍ୟ । ୫ଟି ସହର ପାଇଁ ପ୍ରକଳ୍ପ ଉଦଘାଟନ କରି ମୁଁ ବହୁତ ଖୁସି । ଏହି ପର୍ଯ୍ୟାୟରେ ୧୨ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।

Tags: