ଛଠ୍ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଭୁବନେଶ୍ୱରରେ ପାଳିତ ହୋଇଛି ଛଠ ପୂଜା । ଗତକାଲି ସନ୍ଧ୍ୟାରେ କୁଆଖାଇ ନଦୀକୂଳରେ ଆୟୋଜିତ ଛଠ୍ପୂଜାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଉଦୟମାନ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିଥିଲେ । ସେ ଏହି ପର୍ବରେ ଯୋଗ ଦେବା ସହିତ ଶ୍ରଦ୍ଧାଳୁମାନଙ୍କର ମନରେ ଉତ୍ସାହ ଆଣିଥିଲେ। ଏହା ସୂର୍ଯ୍ୟଦେଵ ଓ ଛଟୀ ମୈୟାଙ୍କୁ ପୂଜା କରିବାର ଏକ ଅବସର। ମା’ମାନେ ଏହି ବ୍ରତ ପାଳନ କରି ପରିବାର ସୁସ୍ଥତା, […]

ଛଠ୍ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଭୁବନେଶ୍ୱରରେ ପାଳିତ ହୋଇଛି ଛଠ ପୂଜା । ଗତକାଲି ସନ୍ଧ୍ୟାରେ କୁଆଖାଇ ନଦୀକୂଳରେ ଆୟୋଜିତ ଛଠ୍ପୂଜାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଉଦୟମାନ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିଥିଲେ । ସେ ଏହି ପର୍ବରେ ଯୋଗ ଦେବା ସହିତ ଶ୍ରଦ୍ଧାଳୁମାନଙ୍କର ମନରେ ଉତ୍ସାହ ଆଣିଥିଲେ। ଏହା ସୂର୍ଯ୍ୟଦେଵ ଓ ଛଟୀ ମୈୟାଙ୍କୁ ପୂଜା କରିବାର ଏକ ଅବସର। ମା’ମାନେ ଏହି ବ୍ରତ ପାଳନ କରି ପରିବାର ସୁସ୍ଥତା, ସୁଖ, ସମୃଦ୍ଧି ଓ ପରିବେଶର ସୁରକ୍ଷା କାମନା କରନ୍ତି।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଛଠ ପର୍ବ ଆମକୁ ଶିଖାଏ ଯେ, ଜୀବନର ସତ୍ୟ ଆଧାର ହେଉଛି ପ୍ରକୃତି, ଜଳ, ବାୟୁ ଓ ସୂର୍ଯ୍ୟର ଶକ୍ତି । ଏହି ପର୍ବ ମାଧ୍ୟମରେ ଆମେ ପ୍ରକୃତି ଓ ପରିବେଶ ପ୍ରତି ଆପଣଙ୍କ ଋଣସ୍ୱୀକାର ବ୍ୟକ୍ତ କରୁଛୁ । ଏଣୁ ଆମେ ପ୍ରକୃତି ସହିତ ପ୍ରେରଣା ପାଉ ।

ଛଠ ପର୍ବର ସବୁଠୁ ବଡ଼ ବିଶେଷତା ହେଉଛି, ଏହି ପର୍ବରେ କୌଣସି ଦେଖାଣିଆ କିମ୍ବା ଆଡମ୍ବର ନଥାଏ କେବଳ ନିଷ୍ଠା ଓ ଆତ୍ମିକ ଶ୍ରଦ୍ଧା ରହେ । ଏହି ପର୍ବ ସ୍ୱଚ୍ଛତା, ଶୃଙ୍ଖଳାର ଏକ ଅଦ୍ଭୁତ ଉଦାହରଣ ଏବଂ ଏହି ପର୍ବର ଆତ୍ମା । କହିବାକୁ ଗଲେ, ଛଠ୍ ପୂଜାର ପରମ୍ପରା ଉତ୍ତର ଭାରତୀୟ ରାଜ୍ୟ-ବିହାର, ଝାରଖଣ୍ଡ, ଉତ୍ତର ପ୍ରଦେଶ ରାଜ୍ୟ ମାନଙ୍କରେ ପାଳନ କରାଯାଏ । ମୁଁ ଏହା ଦେଖି ଅତ୍ୟନ୍ତ ଆନନ୍ଦିତ ଯେ ଏବେ ଓଡ଼ିଶାରେ ମଧ୍ୟ ଛଠ୍ ପୂଜାର ଉତ୍ସବ ବିଶେଷ ଉଲ୍ଲାସ ଓ ଭକ୍ତିଭାବର ସହିତ ପାଳନ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗତ ୪ଦିନ ଧରି ଏହି ବ୍ରତ ଆରମ୍ଭ ହୋଇଛି। ଗତକାଲି ଥିଲା ଏହାର ଅନ୍ତିମ ଦିନ। ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ଶ୍ରଦ୍ଧାଳୁମାନେ ଏହି ବ୍ରତ ସମାପନ କରିଛନ୍ତି।

Tags: