ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ଆଜି ନିଜ ଜନ୍ମ ମାଟି ରାଇକଳା ଯିବେ ମୁଖ୍ୟମନ୍ତ୍ରୀ I ୨୪ ତାରିଖ ସକାଳ ୧୦ ଟାରେ ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଜନ୍ମମାଟି କେନ୍ଦୁଝର ସ୍ଥିତ ରାଇକଳାକୁ ଯିବେ I ଏହି ସମୟରେ ଝୁମ୍ପୁରା ବ୍ଲକ ଦୁର୍ଗା ପଡିଆରେ ଆୟୋଜିତ ଏକ ଜଣ ସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଘୋଷଣା ହେବାପରେ ପ୍ରଥମଥର ପାଇଁ ନିଜ ଗ୍ରାମକୁ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ […]

Samaya Live Picture
Published On

କେନ୍ଦୁଝର : ଆଜି ନିଜ ଜନ୍ମ ମାଟି ରାଇକଳା ଯିବେ ମୁଖ୍ୟମନ୍ତ୍ରୀ I ୨୪ ତାରିଖ ସକାଳ ୧୦ ଟାରେ ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଜନ୍ମମାଟି କେନ୍ଦୁଝର ସ୍ଥିତ ରାଇକଳାକୁ ଯିବେ I ଏହି ସମୟରେ ଝୁମ୍ପୁରା ବ୍ଲକ ଦୁର୍ଗା ପଡିଆରେ ଆୟୋଜିତ ଏକ ଜଣ ସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଘୋଷଣା ହେବାପରେ ପ୍ରଥମଥର ପାଇଁ ନିଜ ଗ୍ରାମକୁ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ନିଜ ପରିବାର ଲୋକଙ୍କୁ ଭେଟିବା ସହ ନିଜ ପୈତୃକ ଘରେ ମଧ୍ୟାହ୍ନ ଭୋଜନ କରିବେ । ଏଥିପାଇଁ କେନ୍ଦୁଝର ଜିଲ୍ଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ରାଇକଳାରେ ଆନନ୍ଦ ଖେଳିଯାଇଛି । ନିଜ ଜନ୍ମମାଟି ପୁଅ ନିଜ ଜନ୍ମସ୍ଥାନକୁ ତାଙ୍କ ପାଇଁ ତାଙ୍କ ମନ ପସନ୍ଦର ଖାଦ୍ୟ ରନ୍ଧାଯାଇଛି । ପଖାଳ, ଶାଗ ଭଜା, ବଡିଚୁରା,ଆଳୁ-କୁନ୍ଦୁରି ଭଜା,କଲରା ଭଜା ଇତ୍ୟାଦି କେତେ କଣ ମନ ପସନ୍ଦର ଖାଦ୍ୟ ରୋଷେଇ କରାଯାଇଥିବା କହିଛନ୍ତି ପରିବାର ଲୋକ । ଏହାସହ ଘର ଆଗରେ ସୁନ୍ଦର ଝୋଟି ଚିତା ମଧ୍ୟ ଅଙ୍କାଯାଇଛି । ଏବଂ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଗସ୍ତ ହେଉଥିବାରୁ ବେଶ ଖୁସି ଅଛନ୍ତି ତାଙ୍କ ଗ୍ରାମବାସୀ ।

ସୂଚନାନୁସାରେ,ମୁଖ୍ୟମନ୍ତ୍ରୀ ଶନିବାର ଦିନ ୨ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି । ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ଘଟଗାଁ ହାଇସ୍କୁଲ ପଡ଼ିଆରେ ଓହ୍ଲାଇ ଥିଲେ। ସେଠାରୁ ମା’ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ବିଶାଳ ରୋଡ଼ ଶୋ’ କରିଥିଲେ। ହଜାର ହଜାର ସଂଖ୍ୟାରେ ଲୋକ ରାସ୍ତା କଡ଼ରେ ଛିଡା ହୋଇ ତାଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମା’ଙ୍କ ମନ୍ଦିର ପାଇଁ ଆଉ ୫୦ କୋଟି ଅନୁଦାନ ଘୋଷଣା କରିବା ସହ ୧୦୦ କୋଟି ଟଙ୍କାରେ ମନ୍ଦିରର ଉନ୍ନତୀକରଣ କରାଯିବ ବୋଲି କହିଥିଲେ । ଏଥିସହିତ, ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଗାଁକୁ ସ୍ୱତନ୍ତ୍ର ପର୍ଯ୍ୟଟନସ୍ଥଳ ମାନ୍ୟତା ଦିଆଯିବ। ଜାତୀୟ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି।

Tags: