ପ୍ରଥମଥର ପାଇଁ ସମ୍ବଲପୁରରେ ଜନ ଶୁଣାଣି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଭୁବନେଶ୍ୱର ବାହାରେ ଜନ ଶୁଣାଣି କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସମ୍ବଲପୁର ଯାଇ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମ୍ବଲପୁର ଦୁର୍ଗାପାଲିସ୍ଥିତ ମହାନଗର ନିଗମ କାର୍ଯ୍ୟାଳୟରେ ଆଜି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି। ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ଅଭିଯୋଗର ସମାଧାନ କରିବା ପାଇଁ ପ୍ରତିଶୃତି ମଧ୍ୟ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ପହଞ୍ଚିବା କ୍ଷଣି ପ୍ରଥମେ ଦିବ୍ୟାଙ୍ଗମାନଙ୍କୁ ଭେଟି ତାଙ୍କ […]

ପ୍ରଥମଥର ପାଇଁ ସମ୍ବଲପୁରରେ ଜନ ଶୁଣାଣି କଲେ ମୁଖ୍ୟମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଭୁବନେଶ୍ୱର ବାହାରେ ଜନ ଶୁଣାଣି କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସମ୍ବଲପୁର ଯାଇ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମ୍ବଲପୁର ଦୁର୍ଗାପାଲିସ୍ଥିତ ମହାନଗର ନିଗମ କାର୍ଯ୍ୟାଳୟରେ ଆଜି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି। ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ଅଭିଯୋଗର ସମାଧାନ କରିବା ପାଇଁ ପ୍ରତିଶୃତି ମଧ୍ୟ ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ ପହଞ୍ଚିବା କ୍ଷଣି ପ୍ରଥମେ ଦିବ୍ୟାଙ୍ଗମାନଙ୍କୁ ଭେଟି ତାଙ୍କ ସମସ୍ୟା ଶୁଣିଥିଲେ। ଜଣ ଜଣ କରି ତାଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବେଶ୍ ଖୁସି ହୋଇଛନ୍ତି ଦିବ୍ୟାଙ୍ଗ ଅଭିଯୋଗକାରୀ । ଏହାପରେ ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ। ସେଠାରେ ବର୍ତ୍ତମାନ ଲୋକଙ୍କ ଅଭିଯୋଗ ଶୁଣିବା ଆରମ୍ଭ କରିଛନ୍ତି।

ଏହି ଅଭିଯୋଗ ଶିବିରରେ ୧୧ ମନ୍ତ୍ରୀଙ୍କ ସହ ବିଭାଗୀୟ ସଚିବ ମଧ୍ୟ ସାମିଲ ଅଛନ୍ତି। ଆଜିର ଏହି ଜନ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଂଚାୟତିରାଜମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଛନ୍ତି।

Tags: