ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣ୍ଟିଛନ୍ତି ନିଯୁକ୍ତି ପତ୍ର । ଶୁକ୍ରବାର ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଏବଂ ଉଚ୍ଚ ଶିକ୍ଷା ବିଭାଗର ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ତାଲିକାରେ ୮୫ ଜଣ ହୋମିଓପାଥିକ ମେଡିକାଲ ଅଫିସର ଥିବା ବେଳେ ୨୩୯ ରେଡିଓଗ୍ରାଫରଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୫୨ ଜଣ ଉଚ୍ଚ ଶିକ୍ଷା ବିଭାଗ ଅଧ୍ୟାପକଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ […]

Samaya Live Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣ୍ଟିଛନ୍ତି ନିଯୁକ୍ତି ପତ୍ର । ଶୁକ୍ରବାର ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଏବଂ ଉଚ୍ଚ ଶିକ୍ଷା ବିଭାଗର ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ତାଲିକାରେ ୮୫ ଜଣ ହୋମିଓପାଥିକ ମେଡିକାଲ ଅଫିସର ଥିବା ବେଳେ ୨୩୯ ରେଡିଓଗ୍ରାଫରଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୫୨ ଜଣ ଉଚ୍ଚ ଶିକ୍ଷା ବିଭାଗ ଅଧ୍ୟାପକଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଏହି ସମୟରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ଦେଢ ଲକ୍ଷରୁ ଅଧିକ ଖାଲି ପଦବୀ ପୂରଣ କରାଯିବ ବୋଲି କହିଛନ୍ତି । ଏହି ୬ ମାସ ଭିତରେ ପ୍ରାୟ ୨୦ ହଜାରରୁ ଅଧିକ ବେକାରୀଙ୍କୁ ଚାକିରି ମିଳିଛି । ସେ କହିଛନ୍ତି ଯେ, ଗତ ସରକାରରେ ନିଯୁକ୍ତିକୁ ନେଇ ଦୁର୍ନୀତି ହୋଇଥିଲା । କିନ୍ତୁ ଦାୟିତ୍ୱ ନେବାର ୬ ମାସ ଭିତରେ ୨୦ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛି ଭାରତୀୟ ଜନତା ପାର୍ଟି ।

Tags: