୩୦ ଟି ଆପାତକାଳୀନ ଯାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କମିଶନରେଟ ପୋଲିସ ଯୋଗାଇଦେବ ଜରୁରୀକାଳୀନ ସେବା । ଭୁବନେଶ୍ୱର ପୋଲିସ ଭବନରେ ଏଥିପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏମର୍ଜେନ୍ସି ରେସ୍ପନ୍ସ ସପୋର୍ଟ ସିଷ୍ଟମ ( ERSS ) ସେବାପାଇଁ ପାଇଁ ଆଜି ୩୦ଟି ଯାନ କମିଶନରେଟ ପୋଲିସକୁ ଯୋଗଇ ଦିଆଯାଇଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯାନକୁ ଲୋକାର୍ପିତ କରିଛନ୍ତି । ERSSର ଅର୍ଥ ହେଉଛି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ ବା ଏମଜେନ୍ସିଂ ରେସପନ୍ସ ସପୋର୍ଟ […]

Samaya Live Picture
Published On

ଭୁବନେଶ୍ୱର : କମିଶନରେଟ ପୋଲିସ ଯୋଗାଇଦେବ ଜରୁରୀକାଳୀନ ସେବା । ଭୁବନେଶ୍ୱର ପୋଲିସ ଭବନରେ ଏଥିପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏମର୍ଜେନ୍ସି ରେସ୍ପନ୍ସ ସପୋର୍ଟ ସିଷ୍ଟମ ( ERSS ) ସେବାପାଇଁ ପାଇଁ ଆଜି ୩୦ଟି ଯାନ କମିଶନରେଟ ପୋଲିସକୁ ଯୋଗଇ ଦିଆଯାଇଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯାନକୁ ଲୋକାର୍ପିତ କରିଛନ୍ତି ।

ERSSର ଅର୍ଥ ହେଉଛି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ ବା ଏମଜେନ୍ସିଂ ରେସପନ୍ସ ସପୋର୍ଟ ସିଷ୍ଟମ । କୌଣିସ ସ୍ଥାନରେ ଦୁର୍ଘଟଣା, ଅପରାଧ କିମ୍ବା ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଏହି ଯାନ ତୁରନ୍ତ ଅଘଟଣସ୍ଥଳରେ ପହଞ୍ଚିବ । ଏହି ଯାନରେ ଉପସ୍ଥିତ ପୋଲିସ କର୍ମଚାରୀ ଅସହାୟଙ୍କୁ ତ୍ବରିତ ସହାୟତା ଯୋଗାଇବେ ।

ଏହି ସେବା ଟ୍ୱିନ ସିଟି ପାଇଁ ଆରମ୍ଭ ହୋଇଛି । ୩୦ ଗାଡିରୁ ୨୧ଟି ଭୁବନେଶ୍ୱରରେ ବ୍ୟବହାର ହେବାକୁ ଥିବା ବେଳେ ୮ଟି କଟକ କମିଶନରେଟ ପୋଲିସକୁ ଦିଆଯାଇଛି । କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଏହି ଗାଡି କୌଣସି ସାଧାରଣ ଗାଡି ନୁହେଁ । ଏସବୁ ସୁରକ୍ଷା ଗାଡି । ଏହି ଗାଡି ନ୍ୟାୟ, ଆଇନଶୃଙ୍ଖଳା ଓ ଅପରାଧଶୂନ୍ୟ ସମାଜ ଗଠନ ପାଇଁ ଉଦ୍ଦିଷ୍ଟ । ପୋଲିସ ଏହି ଗାଡି ବ୍ୟବହାର କରି ତକ୍ରାଳ କାର୍ଯ୍ୟକ୍ଷମ ହୋଇ ଅପରାଧୀଙ୍କୁ ଧରିବ ।

ଏହି ବିଶେଷ ସେବା ଭୁବନେଶ୍ୱର ଓ କଟକବାସୀଙ୍କୁ ନାହିଁ କେବଳ ସୁରକ୍ଷା ଯୋଗାଇବ, ବରଂ ଜରୁରୀକାଳୀନ ସେବା ତଥା ଅଗ୍ନି ସେବା ମଧ୍ୟ ଯୋଗାଇ ଦେବ । ଗାଡି ଫାଷ୍ଟଏଡ ସୁବିଧା ସହ ଅଗ୍ନି ନିର୍ବାପନ ପରି କାମ କରିବ । ତେଣୁ କୌଣସି ସ୍ଥାନରେ ଦୁର୍ଘଟଣା ହେଉ ବା ଗଣ୍ଡଗୋଳ ଅବା ଅନ୍ୟ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟିହେଲେ , ଲୋକଙ୍କୁ ୧୧୨ ନମ୍ବରକୁ ଡାଏଲ କରିବାକୁ କୁହାଯାଇଛି । ତତକ୍ଷଣାତ୍ ପୋଲିସ ସେଠାରେ ପହଞ୍ଚି ସେବା ଯୋଗଇ ଦେବ ।

Tags: