ହୀରାବେନଙ୍କ ପରଲୋକରେ ଟ୍ୱିଟ କରି ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କର ଦେହାନ୍ତ ଘଟିଛି । ଆଜି ଭୋର ୩.୩୦ମିନିଟ୍ ରେ ଅହମ୍ମଦାବାଦର UN ମେହତା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୀରାବେଙ୍କ ପରଲୋକ ଘଟିଥିଲା I ଦୁଇ ଦିନ ତଳେ ଅସୁସ୍ଥ ହେବାରୁ ହୀରାବେନଙ୍କୁ ଭର୍ତ୍ତି କରାଯାଇଥିଲା । ଏହି ଶୋକାକୂଳ ଅବସ୍ଥାରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ସେ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କର ଦେହାନ୍ତ ଘଟିଛି । ଆଜି ଭୋର ୩.୩୦ମିନିଟ୍ ରେ ଅହମ୍ମଦାବାଦର UN ମେହତା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୀରାବେଙ୍କ ପରଲୋକ ଘଟିଥିଲା I ଦୁଇ ଦିନ ତଳେ ଅସୁସ୍ଥ ହେବାରୁ ହୀରାବେନଙ୍କୁ ଭର୍ତ୍ତି କରାଯାଇଥିଲା ।

ଏହି ଶୋକାକୂଳ ଅବସ୍ଥାରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ସେ ସକାଳ ୯.୨୬ ସମୟରେ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ କରି ସମବେଦନା ଜଣାଇଛନ୍ତି ।ସେ ଲେଖିଛନ୍ତି, ‘ପ୍ରଧାନ ମନ୍ତ୍ରୀଙ୍କ ମାତା ହୀରାବେନଙ୍କ ଦେହାନ୍ତ କଥା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଶୋକାକୂଳ ପରିବେଶରେ ମୋର ଚିନ୍ତାଧାରା ଏବଂ ପ୍ରର୍ଥନା ଶୋକସନ୍ତପ ପରିବାରର ସଦସ୍ୟ ଏବଂ ସାଙ୍ଗ ମାନଙ୍କ ସହିତ ଅଛି । ଓମଶାନ୍ତି’ ତେବେ ନରେନ୍ଦ୍ର ମୋଦୀଙ୍କ ମାଆଙ୍କ ଦେହତ୍ୟାଗରେ ସାରା ଦେଶ ଶୋକ ମନାଉଛି ।


ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି । ସେହିପରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ସିବରାଜ ସିଂ ଚୌହାନ, ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ରାଜନେତା ଗୁଲାମୀ ନବୀ ଆଜାଦଙ୍କ ଶୋକ ପ୍ରକାଶ କରିଛନ୍ତି । ଅନ୍ୟପଟେ ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରିୟଙ୍କା ଗାନ୍ଧୀ ଶୋକ ପ୍ରକାଶ କରିବା ସହ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଟ୍ୱିଟର ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି

Tags: