ଗନ୍ଧମାର୍ଦ୍ଦନ ପର୍ବତରେ ଫସିଥିବା ଛତିଶଗଡ଼ ପର୍ଯ୍ୟଟକ ଉଦ୍ଧାର
ଭୁବନେଶ୍ୱର : ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତରେ ଫସିଥିବା ଛତିଶଗଡ଼ର ୧୭ ଜଣ ପର୍ଯ୍ୟଟକ ଉଦ୍ଧାର । ପାଖାପାଖି ୧୫ ଘଣ୍ଟା ପରେ ପାହାଡ଼ ଉପରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ରେସ୍କ୍ୟୁ ଟିମ୍ । ଫରେଷ୍ଟ ରେଞ୍ଜରଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ପର୍ଯ୍ୟଟକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ତଳକୁ ଆଣିଛି । ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସିଥିଲେ ୩ ଶିଶୁଙ୍କ ସମେତ ୧୭ ଛତିଶଗଡ଼ି ପର୍ଯ୍ୟଟକ । ଗତକାଲି ଛତିଶଗଡ଼ର ପର୍ଯ୍ୟଟକମାନେ ବର୍ଷା […]
ଭୁବନେଶ୍ୱର : ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତରେ ଫସିଥିବା ଛତିଶଗଡ଼ର ୧୭ ଜଣ ପର୍ଯ୍ୟଟକ ଉଦ୍ଧାର । ପାଖାପାଖି ୧୫ ଘଣ୍ଟା ପରେ ପାହାଡ଼ ଉପରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ରେସ୍କ୍ୟୁ ଟିମ୍ । ଫରେଷ୍ଟ ରେଞ୍ଜରଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ପର୍ଯ୍ୟଟକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ତଳକୁ ଆଣିଛି ।
ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସିଥିଲେ ୩ ଶିଶୁଙ୍କ ସମେତ ୧୭ ଛତିଶଗଡ଼ି ପର୍ଯ୍ୟଟକ ।
ଗତକାଲି ଛତିଶଗଡ଼ର ପର୍ଯ୍ୟଟକମାନେ ବର୍ଷା ଓ ଅନ୍ଧାର ରାତିରେ ବାଟବଣା ହୋଇ ବରଗଡ଼ରୁ ବଲାଙ୍ଗୀରକୁ ବ୍ୟାପିଥିବା ଗନ୍ଧମାର୍ଦ୍ଦନ ପର୍ବତର ଶିଖରରେ ଫସିଯାଇଥିଲେ । ତେବେ ସେମାନେ ସନ୍ଧ୍ୟା ସାଢେ ୭ଟାରେ ନିକଟ ଟୋଲ୍ ଫ୍ରି ନମ୍ୱରକୁ ଫୋନ କରି ଜଙ୍ଗଲରେ ଫସିଯାଇଥିବା ସୂଚନା ଦେଇଥିଲେ । ଏହି ଖବର ପାଇବା ପରେ ପାଇକମାଲ ପୁଲିସ, ଡିଭିଏଫ ଟିମ୍, ପାଇକମାଲ ଫରେଷ୍ଟ ଫୋର୍ସ ଉଦ୍ଧାର ପାଇଁ ପହଞ୍ଚିଥିଲେ। ହେଲେ ରାତି ବଢ଼ିବା ସହ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଆଜି ଭୋରରୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପର୍ଯ୍ୟଟକଙ୍କ ମୋବାଇଲ ଲୋକେସନରୁ ଜଣାପଡ଼ିଛି ଯେ ସେମାନେ ଗନ୍ଧମାର୍ଦ୍ଦନ ପର୍ବତର ହିଲଟପରେ ବାଟବଣା ହୋଇଥିଲେ । ସେମାନେ ହରିଶଙ୍କର ପଟୁ ପାହାଡ଼ ଚଢ଼ି ନୃସିଂହନାଥ ଆସୁଥିବା ବେଳେ, ରାସ୍ତା ଭୁଲି ଯାଇ ନୃସିଂହନାଥ ଠାରୁ ୫ କିମି ଦୂର କପିଳଧାରା ଜଳପ୍ରପାତଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଫସି ରହିଥିଲେ।




