ଆଜି ବସିବ ଛତିଶା ନିଯୋଗ ବୈଠକ
ପୁରୀ : ଆଜି ବସିବ ଛତିଶା ନିଯୋଗ ବୈଠକ I ଅପରାହ୍ନ ୫ ଟାରେ ନୀଳାଦ୍ରି ଭକ୍ତନିବାସରେ ବୈଠକ ବସିବ I ବୈଠକରେ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିବେ I ଆସନ୍ତା ମେ’ ମାସ ୧୦ ତାରିଖରେ ହେବାକୁ ଥିବା ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ ସହିତ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରାର ରୂପରେଖ ଚୂଡାନ୍ତ ହେବ I ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା,ମଧୁସୂଦନ ଭୂଦେବୀ ଓ […]
ପୁରୀ : ଆଜି ବସିବ ଛତିଶା ନିଯୋଗ ବୈଠକ I ଅପରାହ୍ନ ୫ ଟାରେ ନୀଳାଦ୍ରି ଭକ୍ତନିବାସରେ ବୈଠକ ବସିବ I ବୈଠକରେ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିବେ I ଆସନ୍ତା ମେ’ ମାସ ୧୦ ତାରିଖରେ ହେବାକୁ ଥିବା ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ ସହିତ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରାର ରୂପରେଖ ଚୂଡାନ୍ତ ହେବ I
ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା,ମଧୁସୂଦନ ଭୂଦେବୀ ଓ ଶ୍ରୀଦେବୀ ଶ୍ରୀକ୍ଷେତ୍ରର ପଞ୍ଚୁପାଣ୍ଡବଙ୍କୁ ସହ ମିଶି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ I ଚନ୍ଦନ ଯାତ୍ରା ନୀତି କିପରି ସୁରୁଖୁରୁ ଓ ଶୃଙ୍ଖଳିତ ଭାବରେ ସମାପନ ହେବ ସେନେଇ ଏହି ବୈଠକରେ ଆଲୋଚନା କରାଯିବ I
ଲୀଳାମୟ ମହାପ୍ରଭୁ ଜଗନ୍ନାଥଙ୍କ ଲୀଳାଖେଳା ମଧ୍ୟରୁ ଚନ୍ଦନଯାତ୍ରା ଅନ୍ୟତମ । ଏହି ଚନ୍ଦନଯାତ୍ରା ଶୃଙ୍ଖଳିତ ଭାବେ ତୁଲାଇବା ପାଇଁ ଏହି ବୈଠକ କରାଯିବ । ସେଠାରେ ସମସ୍ତ ପ୍ରସ୍ତୁତି ପାଇଁ ଆଲୋଚନା କରାଯିବ । ଚୈତ୍ର ପୂର୍ଣ୍ଣିମାରେ ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ରଖାଯାଇଥିବା ଚାପ ଡ଼ଙ୍ଗା ନନ୍ଦା, ଭଦ୍ରା ଓ ବୈଜୟନ୍ତ ଡ଼ଙ୍ଗାକୁ ଭୋଇ ସେବକମାନଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ଏହି ଚାପ ଡଙ୍ଗାକୁ ମରାମତି ପରେ ଏହି ଡଙ୍ଗାରେ ଚନ୍ଦନ ଯାତ୍ରା କରାଯିବ ।




