ବିଜେପି ଜ୍ୟୋତିଷ ପରିବର୍ତ୍ତନ କରୁ – କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ୱର: ୬ ମାସ ଭିତରେ ବିଜେଡିରେ ବଡ ଧରଣର ବିସ୍ଫୋରଣ ହେବ I ଏନେଇ ଗତକାଲି ଓଡ଼ିଶାର ଏକ ନିର୍ବାଚନୀ ସଭାରେ କଟାକ୍ଷ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଗୁରୁବାର ପ୍ରେସମିଟ୍ କରି ମୋଦିଙ୍କ ଗୋଟିଗୋଟି କଟାକ୍ଷର ଜବାବ ଦେଇଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ‘ମୋଦିଜୀ ଗତକାଲି କହିଛନ୍ତି ବିଜେଡିର ୬ମାସ ମଧ୍ୟରେ ବଡ଼ କମ୍ପନ ହେବାକୁ ଯାଉଛି। ସେ ସବୁବେଳେ ଆଜି ହେବ କାଲି ହେବ କହୁଛନ୍ତି। ତାଙ୍କ ପାଖରେ ବୋଧେ ଜଣେ […]
ଭୁବନେଶ୍ୱର: ୬ ମାସ ଭିତରେ ବିଜେଡିରେ ବଡ ଧରଣର ବିସ୍ଫୋରଣ ହେବ I ଏନେଇ ଗତକାଲି ଓଡ଼ିଶାର ଏକ ନିର୍ବାଚନୀ ସଭାରେ କଟାକ୍ଷ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଗୁରୁବାର ପ୍ରେସମିଟ୍ କରି ମୋଦିଙ୍କ ଗୋଟିଗୋଟି କଟାକ୍ଷର ଜବାବ ଦେଇଛନ୍ତି ପାଣ୍ଡିଆନ।
ସେ କହିଛନ୍ତି, ‘ମୋଦିଜୀ ଗତକାଲି କହିଛନ୍ତି ବିଜେଡିର ୬ମାସ ମଧ୍ୟରେ ବଡ଼ କମ୍ପନ ହେବାକୁ ଯାଉଛି। ସେ ସବୁବେଳେ ଆଜି ହେବ କାଲି ହେବ କହୁଛନ୍ତି। ତାଙ୍କ ପାଖରେ ବୋଧେ ଜଣେ ଭଲ ଜ୍ୟୋତିଷ ଅଛନ୍ତି। ଆମେ ଆଶା କରୁଛୁ ଭାଜପା ପ୍ରଥମେ ନିଜର ଜ୍ୟୋତିଷ ପରିବର୍ତ୍ତନ କରୁ’ । ବିଜେପିର ଭବିଷ୍ୟବାଣୀ ସତ୍ୟ ହେବ ନାହିଁ, ନିଜର ଜ୍ୟୋତିଷ ବଦଳାଉ ବିଜେପି। ବିଜେପି ସବୁବେଳେ ଏଇଟା ହେବ, ସେଇଟା ହେବ କହିଥାଏ। କିନ୍ତୁ କିଛି ହୁଏନାହିଁ। ସେମାନେ ଯାହା ବି କୁହନ୍ତି କେବେ ସତ ହୋଇନଥାଏ। ଏହାସହିତ ବିଜେପି ବିନା ରଣନୀତିରେ ନିର୍ବାଚନ ଲଢୁଛି ବୋଲି ପାଣ୍ଡିଆନ କହିଛନ୍ତି। କୌଣସି ରଣନୀତି ନଥିବାରୁ ବିଜେପି ବାରମ୍ବାର ରାଜନୈତିକ ପ୍ରସଙ୍ଗ ବଦଳାଉଛି। ୧୦ ବର୍ଷ କ୍ଷମତାରେ ରହି ଓଡ଼ିଶାରେ କେତେ ରାସ୍ତା କାମ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନ ୧୦ଦିନ ଆଗରୁ ଓଡ଼ିଶା କଥା ମନେ ପଡିଲା ଏବଂ କିଛି କିଛି ପ୍ରସଙ୍ଗ ଖୋଜି ବାହର କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅସମ୍ମାନକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ। ଏହାର ଜବାବ ଭୋଟରେ ଦେବେ ଓଡ଼ିଶାବାସୀ। କୌଣସି ପ୍ରସଙ୍ଗ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରସଙ୍ଗ କରୁଛନ୍ତି। ପ୍ରଥମେ ଓଡ଼ିଆ ଅସ୍ମିତା କଥା ଉଠାଇଲେ, କିନ୍ତୁ ଓଡ଼ିଆ ଅସ୍ମିତାକୁ ନେଇ ସେମାନେ କଣ କରିଛନ୍ତି ବୋଲି ପ୍ରଶ୍ନ କରିବାରୁ ଗୋଲ ପୋଷ୍ଟ ପରିବର୍ତ୍ତନ କରିଛନ୍ତି। ଅସ୍ମିତା ପ୍ରସଙ୍ଗ କାମ ନକରିବାରୁ ବିଜେପି ରତ୍ନଭଣ୍ଡାରକୁ ପ୍ରସଙ୍ଗ କରିଛି।




