ପାଗରେ ପରିବର୍ତ୍ତନ,ସକାଳୁ ସକାଳୁ ଭିଜିଲା ଟ୍ୱିନ ସିଟି

ଭୁବନେଶ୍ୱର : ରାଜଧାନୀରେ ହଠାତ ହୋଇଛି ପାଗରେ ପରିବର୍ତ୍ତନ । ଗତକାଲି ସୁଦ୍ଧା ଖରା ଟାଇଁ ଟାଇଁ ମାରୁଥିବାବେଳେ ଆଜି ସକାଳେ ହଠାତ ବର୍ଷାରେ ଭିଜିଥିଲା ଟ୍ବିନ୍ ସିଟି । ଆଜି ସକାଳୁ ଆରମ୍ଭ ହୋଇଯାଇଥିଲା ଘଡଘଡି ସହ ନିର୍ଦ୍ଧୁମ ବର୍ଷା I ଭୁବନେଶ୍ବର ଏବଂ କଟକର ବିଭିନ୍ନ ଅଞ୍ଚଳରେ ବର୍ଷା ସହ ଜାରି ରହିଛି କୋହଲା ପାଗ । ଗତକାଲି ଦୀପାବଳି ପାଳନ ହୋଇଥିବାବେଳେ ଆଜି ମାଆ କାଳୀଙ୍କ ପୂଜାର୍ଚ୍ଚନା ଚାଲିଛି । ଅନେକ ଲୋକ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ହଠାତ ହୋଇଛି ପାଗରେ ପରିବର୍ତ୍ତନ । ଗତକାଲି ସୁଦ୍ଧା ଖରା ଟାଇଁ ଟାଇଁ ମାରୁଥିବାବେଳେ ଆଜି ସକାଳେ ହଠାତ ବର୍ଷାରେ ଭିଜିଥିଲା ଟ୍ବିନ୍ ସିଟି । ଆଜି ସକାଳୁ ଆରମ୍ଭ ହୋଇଯାଇଥିଲା ଘଡଘଡି ସହ ନିର୍ଦ୍ଧୁମ ବର୍ଷା I ଭୁବନେଶ୍ବର ଏବଂ କଟକର ବିଭିନ୍ନ ଅଞ୍ଚଳରେ ବର୍ଷା ସହ ଜାରି ରହିଛି କୋହଲା ପାଗ । ଗତକାଲି ଦୀପାବଳି ପାଳନ ହୋଇଥିବାବେଳେ ଆଜି ମାଆ କାଳୀଙ୍କ ପୂଜାର୍ଚ୍ଚନା ଚାଲିଛି । ଅନେକ ଲୋକ ସେମାନଙ୍କ ଗାଡ଼ି ପୂଜା ପାଇଁ ମନ୍ଦିରରେ ଭିଡ଼ ଜମାଇଛନ୍ତି । ସକାଳୁ ସକାଳୁ ବର୍ଷା ଲାଗିରହିଥିବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ତେବେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଥିବା ପାଣିପାଗ ବିଭାଗ । ଏ ନେଇ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ବିଭାଗ ।

ଅନ୍ୟପଟେ ଶନିବାର ସକାଳ ସାଢ଼େ ୮ଟା ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବନୁମାନ କରିଛି ।

Tags: