ପାଗରେ ପରିବର୍ତ୍ତନ,୨ ଦିନ ପରେ ବଢିବ ତାତି
ଭୁବନେଶ୍ବର : ଚଳିତ ସପ୍ତାହ ଆରମ୍ଭ ବେଳକୁ ପାଗରେ ସାମାନ୍ୟ ପରିବର୍ତନ ହୋଇଛି । ଦିନରେ ଖରା ବୃଦ୍ଧି ପାଇଥିବାବେଳେ ରାତିରେ ଥଣ୍ଡା ଅନୁଭୂତ ହେଉଛି । ସେହିପରି ସକାଳ ବେଳକୁ କିଛି ସ୍ଥାନରେ ଶୀତ ଲାଗୁଛି I ବୁଧବାର ରାତିରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ହେତୁ ଶୀତ ଅନୁଭୂତ ହୋଇଛି। ବସନ୍ତ ଋତୁରେ ଦିନରେ ରୌଦ୍ରତାପ ବଢ଼ିବା ସହିତ ରାତିରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳକୁ ଖସିବା ଦ୍ବାରା ଶୀତ ଅନୁଭୂତ […]
ଭୁବନେଶ୍ବର : ଚଳିତ ସପ୍ତାହ ଆରମ୍ଭ ବେଳକୁ ପାଗରେ ସାମାନ୍ୟ ପରିବର୍ତନ ହୋଇଛି । ଦିନରେ ଖରା ବୃଦ୍ଧି ପାଇଥିବାବେଳେ ରାତିରେ ଥଣ୍ଡା ଅନୁଭୂତ ହେଉଛି । ସେହିପରି ସକାଳ ବେଳକୁ କିଛି ସ୍ଥାନରେ ଶୀତ ଲାଗୁଛି I ବୁଧବାର ରାତିରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ହେତୁ ଶୀତ ଅନୁଭୂତ ହୋଇଛି। ବସନ୍ତ ଋତୁରେ ଦିନରେ ରୌଦ୍ରତାପ ବଢ଼ିବା ସହିତ ରାତିରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳକୁ ଖସିବା ଦ୍ବାରା ଶୀତ ଅନୁଭୂତ ହେଉଛି। ଗୁରୁବାର ଦିନ ତାପମାତ୍ରା ଅନେକ ସ୍ଥାନରେ ହ୍ରାସ ପାଇଛି ।
ଅନ୍ୟପଟେ ଦିନରେ ତାପମାତ୍ରା ବୃଦ୍ଧି ପାଇ ୪୦ ଡିଗ୍ରୀ ଛୁଇଁଲାଣି । ଆଗାମୀ ୨୪ ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆସନ୍ତା ୯ ତାରିଖରୁ ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଥଣ୍ଡା ବାୟୁର ପ୍ରଭାବ କମିବା ସହ ତାପମାତ୍ର ବୃଦ୍ଧି ସମ୍ଭାବନା ରହିଛି । ସେଥିପାଇଁ ସତର୍କ ହୋଇ ରହିବା ପାଇଁ ସୂଚନା ଦିଆଯାଇଛି ।
ଗୁରୁଵାର ସୁଦ୍ଧା ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୬.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାରେ ୩୬.୪ଡିଗ୍ରୀ ରହିଛି। ସେହିପରି କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ସୁନ୍ଦରଗଡ଼ ଏବଂ ନୂଆପଡ଼ାରେ ୩୫, ଯାଜପୁର ୩୫.୨, ମାଲକାନଗିରି ୩୫.୪, ଭୁବନେଶ୍ବର ୩୪.୪ ଏବଂ କଟକରେ ୩୨.୫ ଡିଗ୍ରୀ ରହିଛି। ସେହିପରି ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାରେ ୧୧.୩ ଡିଗ୍ରୀକୁ ଖସି ଆସିଥିବାବେଳେ କେନ୍ଦୁଝର ୧୪.୯, ଭବାନୀପାଟଣା ୧୧.୯, ଫୁଲବାଣୀ ୧୧.୫ ରାୟଗଡ଼ା ୧୨.୯, ଭଦ୍ରକ ୧୪.୫, ରାଉରକେଲା ୧୪.୫, ଭୁବନେଶ୍ବର ୧୬.୫ ଏବଂ କଟକରେ ୧୮.୮ଡିଗ୍ରୀ ରହିଥିଲା। ରାଜଧାନୀରେ ଟାଣଖରା ଅନୁଭୂତ ହେବା ସହିତ ରାତିରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ କମିଥିଲା। କନ୍ଧମାଳ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଆଦି କିଛି ଜିଲାରେ ରାତିରେ ସର୍ବନିମ୍ନ ତାପମାତ୍ରା କମିବା କାରଣରୁ ଶୀତ ଅନୁଭୂତ ହୋଇଥିଲା।




