ରାଷ୍ଟ୍ରପତିଙ୍କ ଓଡିଶାଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର : ୨୮ ତାରିଖରୁ ୪ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ମହାମହିମଙ୍କ ଗସ୍ତସୂଚୀରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କିଚକେଶ୍ଵରୀ ମନ୍ଦିର ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଥିବା ଜଣାପଡିଛି। ଆସନ୍ତାକାଲି ବା ୨୮ ତାରିଖ ଅପରାହ୍ନ ୨.୩୦ ସମୟରେ ସେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ। ଏହା ସହ ପୂଜା ସାରି ମନ୍ଦିର ବେଢାରେ ପ୍ରସାଦ ସେବନ କରିବେ। କିନ୍ତୁ ପୂର୍ବରୁ ୨୯ ତାରିଖ […]

Samaya Live Picture
Published On

ଭୁବନେଶ୍ୱର : ୨୮ ତାରିଖରୁ ୪ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ମହାମହିମଙ୍କ ଗସ୍ତସୂଚୀରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କିଚକେଶ୍ଵରୀ ମନ୍ଦିର ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଥିବା ଜଣାପଡିଛି। ଆସନ୍ତାକାଲି ବା ୨୮ ତାରିଖ ଅପରାହ୍ନ ୨.୩୦ ସମୟରେ ସେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ। ଏହା ସହ ପୂଜା ସାରି ମନ୍ଦିର ବେଢାରେ ପ୍ରସାଦ ସେବନ କରିବେ। କିନ୍ତୁ ପୂର୍ବରୁ ୨୯ ତାରିଖ ଦିନ କିଚକେଶ୍ଵରୀ ମନ୍ଦିର ଯିବା ସୂଚୀ ରହିଥିଲା।

ମହାମହିମଙ୍କ ତୃତୀୟ ଥର ମୟୂରଭଞ୍ଜ ଗସ୍ତକୁ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ଆସନ୍ତା କାଲି ଅପରାହ୍ନ ୪ଟା୪୫ ମିନିଟରେ ଦାଣ୍ଡବସ ଏୟାର ଷ୍ଟ୍ରିପ ଠାରେ ସତନ୍ତ୍ର ବିମାନ ଯୋଗେ ପହଞ୍ଚିବେ ରାଷ୍ଟ୍ରପତି । ଏହାପରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ CPWD ର ହଲି ଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ବିଗତ ଦିନରୁ ଅଞ୍ଚଳ ବାସୀଙ୍କର ଦୁଇ ଲାଇନ ବିଶିଷ୍ଟ ବାଇପାସ ନେଇ ଯେଉଁ ଦାବି ରହି ଥିଲା ତାହା ମଧ୍ୟ ଭର୍ଚୁଆଲ ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ସେପଟେ ରାଷ୍ଟ୍ରପତିଙ୍କ ୪ ଦିନିଆ ଓଡ଼ିଶା ଗସ୍ତକୁ ନେଇ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି ପ୍ରସ୍ତୁତି । ବ୍ଲୁ-ବୁକ୍ ଅନୁସାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିଜ ଜନ୍ମମାଟି ମୟୂରଭଞ୍ଜରେ ଦୁଇ ଦିନ ରହଣି ସାଙ୍ଗକୁ କେନ୍ଦୁଝର, କଟକ, ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Tags: