OTET ପରୀକ୍ଷା ନିୟମରେ ପରିବର୍ତନ,ଥରେ ଓଟିଇଟି ପାସ୍ କଲେ ଦେବେନାହିଁ ପରୀକ୍ଷା
ଭୁବନେଶ୍ୱର : ରାଜ୍ୟରେ ଶିକ୍ଷକ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଥରେ OTET(Odisha Teacher Eligibility Test)ରେ ସଫଳ ହେଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ ପରୀକ୍ଷା । ଏଣିକି ଥରେ ଓଟିଇଟି ପାସ୍ କଲେ ଜୀବନବ୍ୟାପୀ ରହିବ ବୈଧତା। ପୂର୍ବରୁ OTETର ବୈଧତା ୭ ବର୍ଷ ଥିବାବେଳେ ରାଜ୍ୟ ସରକାର ଏହାକୁ ଲାଇଫ ଟାଇମ ପାଇଁ ବଢ଼ାଇ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା […]
ଭୁବନେଶ୍ୱର : ରାଜ୍ୟରେ ଶିକ୍ଷକ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଥରେ OTET(Odisha Teacher Eligibility Test)ରେ ସଫଳ ହେଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ ପରୀକ୍ଷା । ଏଣିକି ଥରେ ଓଟିଇଟି ପାସ୍ କଲେ ଜୀବନବ୍ୟାପୀ ରହିବ ବୈଧତା। ପୂର୍ବରୁ OTETର ବୈଧତା ୭ ବର୍ଷ ଥିବାବେଳେ ରାଜ୍ୟ ସରକାର ଏହାକୁ ଲାଇଫ ଟାଇମ ପାଇଁ ବଢ଼ାଇ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।
Candidates once qualified in OTET will be now eligible to appear in recruitments to be held in future for engagement of Teachers in elementary cadre.
— CMO Odisha (@CMO_Odisha) May 12, 2023
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏଣିକି ଥରେ ଓଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଯେବେ ବି ଶିକ୍ଷକ ନିଯୁକ୍ତି ବାହାରିବ ସେମାନେ ଆବେଦନ କରି ପାରିବେ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସଂଖ୍ୟାଧିକ ଶିକ୍ଷକ ଆଶାୟୀ ସୁଫଳ ପାଇବେ ବୋଲି ମତ ପ୍ରକାଶ ପାଇଛି। କାରଣ ପୁର୍ବରୁ ଯେଉଁଛାତ୍ରଛାତ୍ରୀ ଥରେ ଓଟିଇଟି ପାସ୍ କରୁଥିଲେ, ସେମାନେ ୭ ବର୍ଷ ଭିତରେ ଶିକ୍ଷକତା ଚାକିରି କିରିପାରୁନଥିଲେ। ପୁଣିଥରେ ୭ବର୍ଷ ପରେ ପରୀକ୍ଷା ଦେବାକୁ ପଡୁଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଆଜିର ନିଷ୍ପତ୍ତି ପରେ ଯେଉଁ ପ୍ରାର୍ଥୀ ଥରେ ଓଟିଇଟିରେ ସଫଳ ହେବେ ସେ ସାରା ଜୀବନ ଶିକ୍ଷକତା ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଶିକ୍ଷକତା ପାଇଁ ଓଟିଇଟିରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ସୂଚନାନୁସାରେ,ଯେଉଁ ପ୍ରାର୍ଥୀ ଥରେ OTETରେ ସଫଳ ହେବେ ସେମାନେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଶିକ୍ଷକତା ପାଇଁ ଆବେଦନ କରିପାରିବେ।




