ଚନ୍ଦକା ପହଁଚିଲା ରାଧିକା
ଭୁବନେଶ୍ୱର : ଚନ୍ଦକା ଆସିଲା ରାଧିକା । ଭବାନୀପାଟଣାରୁ ମା’ ଛେଉଣ୍ଡ ଛୁଆ ହାତୀ ରାଧୀକାକୁ ଚନ୍ଦକା ଜଙ୍ଗଲକୁ ଅଣାଯାଇଛି । ସ୍ବତନ୍ତ୍ର ଗାଡ଼ି ଯୋଗେ କଳାହାଣ୍ଡିରୁ ମାସକର ଛୋଟ ହାତୀ ଛୁଆକୁ ଚନ୍ଦକାକୁ ଆଣିଛି ବନବିଭାଗ । ବିଦ୍ୟୁତ ଆଘାତରେ ପ୍ରାଣହାରିଥିଲା ରାଧିକାର ମା’ । ମା’ମୃତ୍ୟୁ ପରେ ବେସାହାରା ଅବସ୍ଥାରେ ଏହି ହାତୀ ଛୁଆ ବୁଲୁଥିବାର ଦେଖି ବନ ଅଧିକାରୀ ତାକୁ ଉଦ୍ଧାର କରିଥିଲେ। କିନ୍ତୁ ସେଠି ତାର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ଚନ୍ଦକା […]
ଭୁବନେଶ୍ୱର : ଚନ୍ଦକା ଆସିଲା ରାଧିକା । ଭବାନୀପାଟଣାରୁ ମା’ ଛେଉଣ୍ଡ ଛୁଆ ହାତୀ ରାଧୀକାକୁ ଚନ୍ଦକା ଜଙ୍ଗଲକୁ ଅଣାଯାଇଛି । ସ୍ବତନ୍ତ୍ର ଗାଡ଼ି ଯୋଗେ କଳାହାଣ୍ଡିରୁ ମାସକର ଛୋଟ ହାତୀ ଛୁଆକୁ ଚନ୍ଦକାକୁ ଆଣିଛି ବନବିଭାଗ । ବିଦ୍ୟୁତ ଆଘାତରେ ପ୍ରାଣହାରିଥିଲା ରାଧିକାର ମା’ । ମା’ମୃତ୍ୟୁ ପରେ ବେସାହାରା ଅବସ୍ଥାରେ ଏହି ହାତୀ ଛୁଆ ବୁଲୁଥିବାର ଦେଖି ବନ ଅଧିକାରୀ ତାକୁ ଉଦ୍ଧାର କରିଥିଲେ। କିନ୍ତୁ ସେଠି ତାର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ଚନ୍ଦକା ସ୍ଥାନାନ୍ତରିତ କରାଯାଇଛି। ଚନ୍ଦକାରେ ଏହି ଛୁଆ ହାତୀ ରାଧିକାର ଚିକିତ୍ସା ହେବ । ରାଧିକା ପୂର୍ବରୁ ୩ ଦିନ ତଳେ କେନ୍ଦୁଝରରୁ ମଧ୍ୟ ଏକ ଦୁଇ ମାସର ହାତୀ ଛୁଆ ଆସିଛି। OUATର ଡାକ୍ତରୀ ଟିମ୍ ଦୁଇ ହାତୀର ଚିକିତ୍ସା କରୁଛନ୍ତି ।କୁମାରଖୁଣ୍ଟି ପାଠଶାଳାରେ ବର୍ତ୍ତମାନ ଛୋଟ ବଡ଼ ମିଶାଇ ୮ ଟି ହାତୀ ରହିଛି। ୪ ଛୁଆ ହାତୀ ଆଉ ୪ ବଡ଼ ହାତୀ।




