୧୪ ଜିଲ୍ଲାକୁ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଦଳୁଛି ପାଣିପାଗ I ଗତ ୪ ଦିନ ଧରି ନିର୍ଘାତ ଗର୍ମ ଗୁଳୁଗୁଳି ପରେ ଆଜି ହଠାତ ପାଣି ପାଗରେ ଆସିଛି ପରିବର୍ତନ I ଦିନ ୩ ଟା ଠାରୁ ରାଜ୍ୟରେ କିଛି ସ୍ଥାନରେ ଝିପି ଝିପି ବର୍ଷ ଲାଗି ରହିଛି I ଭୁବନେଶ୍ୱର ଆଂଚଳିକ ପାଣିପାଗ ରିପୋର୍ଟ ଅନୁସାରେ ଆସନ୍ତା ୨୪ ଘଣ୍ଟା ପାଇଁ cactusmeraviglietina.it ରାଜ୍ୟର ୧୪ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ […]

Samaya Live Picture
Published On

ଭୁବନେଶ୍ୱର : ବଦଳୁଛି ପାଣିପାଗ I ଗତ ୪ ଦିନ ଧରି ନିର୍ଘାତ ଗର୍ମ ଗୁଳୁଗୁଳି ପରେ ଆଜି ହଠାତ ପାଣି ପାଗରେ ଆସିଛି ପରିବର୍ତନ I ଦିନ ୩ ଟା ଠାରୁ ରାଜ୍ୟରେ କିଛି ସ୍ଥାନରେ ଝିପି ଝିପି ବର୍ଷ ଲାଗି ରହିଛି I ଭୁବନେଶ୍ୱର ଆଂଚଳିକ ପାଣିପାଗ ରିପୋର୍ଟ ଅନୁସାରେ ଆସନ୍ତା ୨୪ ଘଣ୍ଟା ପାଇଁ cactusmeraviglietina.it ରାଜ୍ୟର ୧୪ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଉକ୍ତ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ମୟୁରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ମୟୁରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝରରେ ବର୍ଷାର ପରିମାଣ ସାମାନ୍ୟ ଅଧିକ ରହିବ ବୋଲି ପାଣିପଗ ବିଭାଗ ଆକଳନ କରିଛି। ସେଥିପାଇଁ ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

Tags: