ଦଶହରା ବେଳକୁ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଏଥର ଦଶହରାରେ ଭିଜିବ ଉପକୂଳ ଓଡିଶା I ଆସନ୍ତା ୨୧ ତାରିଖ ବେଳକୁ ଲଘୁଚାପ ସମ୍ଭାବନା ରହିଥିବାରୁ ନବମୀ ଏବଂ ଦଶମୀ ବେଳକୁ ହେଇପାରେ ବର୍ଷା I ତେବେ ୨୪ ସୁଦ୍ଧା ଉପକୂଳ ଓଡ଼ିଶାରେ ହାକୁକାରୁ ମଧ୍ୟମ ଧରଣର ବର୍ଷା ହୋଇ ୨୫ ତାରିଖରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି I ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନାନୁସାରେ,ଗୁରୁବାର ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ […]
ଭୁବନେଶ୍ୱର : ଏଥର ଦଶହରାରେ ଭିଜିବ ଉପକୂଳ ଓଡିଶା I ଆସନ୍ତା ୨୧ ତାରିଖ ବେଳକୁ ଲଘୁଚାପ ସମ୍ଭାବନା ରହିଥିବାରୁ ନବମୀ ଏବଂ ଦଶମୀ ବେଳକୁ ହେଇପାରେ ବର୍ଷା I ତେବେ ୨୪ ସୁଦ୍ଧା ଉପକୂଳ ଓଡ଼ିଶାରେ ହାକୁକାରୁ ମଧ୍ୟମ ଧରଣର ବର୍ଷା ହୋଇ ୨୫ ତାରିଖରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି I
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନାନୁସାରେ,ଗୁରୁବାର ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ତା’ପର ୩ ଦିନ ପାଗ ଶୁଖିଲା ରହିବ I ୨୧ରେ ଲଘୁଚାପ ସମ୍ଭାବନା ଥିବାବେଳେ ୨୩ରେ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ | ସେହିପରି ଗତକାଲିର ଘୂର୍ଣ୍ଣିବଳୟ ଦକ୍ଷିଣପୂର୍ବ ବଙ୍ଗୋପସାଗର ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳର ତଳଭାଗରେ ସକ୍ରିୟ ରହିଛି,ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ୨୧ ତାରିଖ ସକାଳ ବେଳକୁ ଏହା ପ୍ରଭାବରେ ବଙ୍ଗୋପସାଗରର ମଧ୍ୟଭାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି |୨୪ରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ୨୫ରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି |




