ନିଷ୍ରିୟ ମୌସୁମୀ ୧୨ ପରେ ବର୍ଷା ସମ୍ଭାବନା

ଭୁବନେଶ୍ୱର ; ବର୍ତ୍ତମାନ ରାଜ୍ୟରେ ନିଷ୍ରିୟ ମୌସୁମୀକୁ ସକ୍ରିୟକରିବ ଘୁର୍ଣ୍ଣିବଳୟ । ତିନି ଚାରି ଦିନପରେ ଓଡିଶାକୁ ଫେରିବ ପୁଣି ବର୍ଷା । ବର୍ଷାକମିବା ଯୋଗୁ ତାପମାତ୍ରାରେ ପୁଣି ବୃଦ୍ଧି ହୋଇଛି । ଫଳରେ ବିଜୁଳି ଘଡଘଡି କମିବା ନିମନ୍ତେ ପାଗ ଅନୁକୁଳ ରହିଛି । ୧୨ ତାରିଖ ପରେ ବିଜୁଳି ଆଘାତରୁ ବର୍ତ୍ତିବା ପାଇଁ ସର୍ତକତା ଜାରିଛି ।ପଣିପାଗ ବିଭାଗ । ପାଣିପାଗ ବଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଙ୍କ ଅନୁସାରେ ରାଜ୍ୟକୁ ଆସନ୍ତା ସପ୍ତାହ […]

Samaya Live Picture
Published On

ଭୁବନେଶ୍ୱର ; ବର୍ତ୍ତମାନ ରାଜ୍ୟରେ ନିଷ୍ରିୟ ମୌସୁମୀକୁ ସକ୍ରିୟକରିବ ଘୁର୍ଣ୍ଣିବଳୟ । ତିନି ଚାରି ଦିନପରେ ଓଡିଶାକୁ ଫେରିବ ପୁଣି ବର୍ଷା । ବର୍ଷାକମିବା ଯୋଗୁ ତାପମାତ୍ରାରେ ପୁଣି ବୃଦ୍ଧି ହୋଇଛି । ଫଳରେ ବିଜୁଳି ଘଡଘଡି କମିବା ନିମନ୍ତେ ପାଗ ଅନୁକୁଳ ରହିଛି । ୧୨ ତାରିଖ ପରେ ବିଜୁଳି ଆଘାତରୁ ବର୍ତ୍ତିବା ପାଇଁ ସର୍ତକତା ଜାରିଛି ।ପଣିପାଗ ବିଭାଗ ।

ପାଣିପାଗ ବଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଙ୍କ ଅନୁସାରେ ରାଜ୍ୟକୁ ଆସନ୍ତା ସପ୍ତାହ ଯାଏଁ ବର୍ଷାନାହିଁ । ତେବେ ପୁରୀ , ଗଜପତି , ନୟାଗଡ,ଗଞ୍ଜାମ ଓ ଦକ୍ଷିଣ ଆଭ୍ୟନ୍ତରରେ ସପ୍ତାହରେ ସମୁଦାୟ ଅଳ୍ପ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ହାରାହାରି ୩୦ ମିମି ରୁ ପ୍ରାୟ ୮୫ ମିମି ବଷା ହୋଇପାରେ । ଏହାଛଡା ଅଗଷ୍ଟ ୧୨ ତାରିଖରେ ପଶ୍ଚିମବଙ୍ଗ ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଫଳରେ ବାଲେଶ୍ୱର , ଭଦ୍ରକ , ମୟୁରଭଞ୍ଜ , ଦେବଗଡ, ସୁନ୍ଦରଗଡ ଓ ଝାରସୁଗୁଡାରେ ୧୨ ତାରିଖରୁ ତିନି ଦିନ ବର୍ଷା ହୋଇପାରେ ଏବଂ ଅନ୍ୟ କିଛି ସ୍ଥାନରେ ସେହି ତିନିଦିନ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ପଶ୍ଚିମବଙ୍ଗ ,ଝାଡଖଣ୍ଡ ଓ ବିହାରରେ ପ୍ରବଳ ବର୍ଷା ହେବ । ଅଗଷc ୧୭ ଓଡିଶାରେ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଉପରେ ଆଉ ଏକ ଘୁର୍ଣ୍ଣିବଳୟ ହେବାର ଆସଂଙ୍କା ରହିଛି । ଏହାର ରୂପରେଖ ବତ୍ତମାନ ଠାରୁ ନୁହଁ ବୋଲି ପ୍ରଫେସର ପଶୁପାଳ କହିଛନ୍ତି ।

Tags: