ଆସନ୍ତା ୯ରେ ବାତ୍ୟା ସମ୍ଭାବନା !

ଭୁବନେଶ୍ୱର : ଆସନ୍ତା ୯ ତାରିଖ ପାଖାପାଖି ସୃଷ୍ଟି ହୋଇପାରେ ବାତ୍ୟା। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବ ଆକଳନ ଅନୁଯାୟୀ ୬ ତାରିଖ ପାଖାପାଖି ଘୂର୍ଣ୍ଣିବଳୟ। ୬ରେ ସୃଷ୍ଟ ଘୂର୍ଣ୍ଣିବଳୟ ୭ରେ ଲଘୁଚାପର ରୂପ ନେବ। ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ରେ ଅବପାତ ରୂପ ନେବ। ଅବପାତର ରୂପ ନେଇ କ୍ରମେ ଏହା ଉତ୍ତର ଦିଗକୁ ଗତି କରିବ। ଏହା ଅଧିକ ଘନୀଭୂତ […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ୯ ତାରିଖ ପାଖାପାଖି ସୃଷ୍ଟି ହୋଇପାରେ ବାତ୍ୟା। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବ ଆକଳନ ଅନୁଯାୟୀ ୬ ତାରିଖ ପାଖାପାଖି ଘୂର୍ଣ୍ଣିବଳୟ। ୬ରେ ସୃଷ୍ଟ ଘୂର୍ଣ୍ଣିବଳୟ ୭ରେ ଲଘୁଚାପର ରୂପ ନେବ। ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ରେ ଅବପାତ ରୂପ ନେବ। ଅବପାତର ରୂପ ନେଇ କ୍ରମେ ଏହା ଉତ୍ତର ଦିଗକୁ ଗତି କରିବ। ଏହା ଅଧିକ ଘନୀଭୂତ ହୋଇ ୯ ସୁଦ୍ଧା ବାତ୍ୟା ରୂପ ନେଇପାରେ। ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ସ୍ପଷ୍ଟ ହୋଇ ନାହିଁ। ବାତ୍ୟାଟି କୁଆଡେ ଯିବ, କେତେ ତୀବ୍ରତା ରହିବ ଆକଳନ ହୋଇ ନାହିଁ। ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ। ବର୍ତ୍ତମାନ ଓଡିଶା ପାଇଁ କିଛି ସତର୍କ ସୂଚନା ନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି। ଓଡିଶା ଉପକୂଳ ପାଇଁ ବର୍ଷା, ପବନର ସତର୍କ ସୂଚନା ଜାରି କରାଯାଇ ନାହିଁ। ଓଡିଶା ପାଇଁ ସତର୍କ ସୂଚନା ନଥିବା ବେଳେ ଲୋକେ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି। ତେବେ ୭ରୁ ସମୁଦ୍ର ଅଶାନ୍ତ ରହିବ। ଫଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି, ସେମାନେ ୭ ସୁଦ୍ଧା ଚାଲି ଆସିବା ଉଚିତ୍‌‌।

Tags: