ସାଇବର ଲୁଟେରାଙ୍କୁ କାବୁ କରିବ ‘ଚକ୍ଷୁ’ ପୋର୍ଟାଲ
ଭୁବନେଶ୍ୱର : ସାଇବର କେଳେଙ୍କାରୀରେ ଲାଗିବ ରୋକ I ସାଇବର ଲୁଟେରାଙ୍କୁ ଧରିବ ‘ଚକ୍ଷୁ’ I ସଂଚାର ସାଥୀର ନୂଆ ଫିଚର’ଚକ୍ଷୁ’ଜରିଆରେ ଲୁଟେରାଙ୍କ ଉପରେ ନଜର ରଖିବ ଦୂରସଂଚାର ବିଭାଗ। ଲୁଟେରାଙ୍କ କବଳରୁ ବର୍ତ୍ତିବାକୁ ଭାରତୀୟ ଦୂରସଂଚାର ବିଭାଗ ଆଣିଛି ନୂଆ ଅନଲାଇନ୍ ପୋର୍ଟାଲ ‘ଚକ୍ଷୁ’। ଏଣିକି ଅଭିଯୋଗକାରୀ ସାଇବର ଥାନା ବଦଳରେ ଘରେ ବସି କରିପାରିବେ ସାଇବର ଲୁଟେରାଙ୍କ ବିରୋଧରେ ଅଭିଯୋଗ। ଗତକାଲି ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନୂଆ ଫିଚରର ଉଦଘାଟନ କରିଛନ୍ତି। […]
ଭୁବନେଶ୍ୱର : ସାଇବର କେଳେଙ୍କାରୀରେ ଲାଗିବ ରୋକ I ସାଇବର ଲୁଟେରାଙ୍କୁ ଧରିବ ‘ଚକ୍ଷୁ’ I ସଂଚାର ସାଥୀର ନୂଆ ଫିଚର’ଚକ୍ଷୁ’ଜରିଆରେ ଲୁଟେରାଙ୍କ ଉପରେ ନଜର ରଖିବ ଦୂରସଂଚାର ବିଭାଗ। ଲୁଟେରାଙ୍କ କବଳରୁ ବର୍ତ୍ତିବାକୁ ଭାରତୀୟ ଦୂରସଂଚାର ବିଭାଗ ଆଣିଛି ନୂଆ ଅନଲାଇନ୍ ପୋର୍ଟାଲ ‘ଚକ୍ଷୁ’।
ଏଣିକି ଅଭିଯୋଗକାରୀ ସାଇବର ଥାନା ବଦଳରେ ଘରେ ବସି କରିପାରିବେ ସାଇବର ଲୁଟେରାଙ୍କ ବିରୋଧରେ ଅଭିଯୋଗ। ଗତକାଲି ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନୂଆ ଫିଚରର ଉଦଘାଟନ କରିଛନ୍ତି।
କିପରି କାର୍ଯ୍ୟ କରିବ ଏହି ଚକ୍ଷୁ ? କେମିତି ବଞ୍ଚିବେ ସାଇବର ଲୁଟେରା କବଳରୁ? ଲୁଟେରାଙ୍କ ହାବୁଡ଼ରେ ପଡ଼ିଲେ କ’ଣ କରିବେ ମୋବାଇଲ ଉପଭୋକ୍ତା? ସର୍ଚ୍ଚ ଇଞ୍ଜିନରେ ସଂଚାର ସାଥୀ ଡଟ୍ ଜିଓଭି ଡଟ୍ ଇନ୍ ଖୋଲିବା ପରେ ସିଟିଜେନ୍ ସେଣ୍ଟ୍ରିକ୍ ସର୍ଭିସେସକୁ କ୍ଳିକ୍ କରିବେ। ଏହା ପରେ ଚକ୍ଷୁ ଉପରେ କ୍ଲିକ୍ କଲେ ଖୋଲିବା ଚକ୍ଷୁ ଫିଚରର ସ୍ୱତନ୍ତ୍ର ପେଜ୍।
ଏହା ପରେ ଠକେଇ ସମ୍ବନ୍ଧିତ ବିବରଣୀ ଦେବା ପରେ ରେଜିଷ୍ଟର ହୋଇଯିବ ଉପଭୋକ୍ତାଙ୍କ ଅଭିଯୋଗ। ଖୁବ ସରଳ ଓ ସହଜରେ ସାଇବର ଲୁଟେରାଙ୍କ ତଥ୍ୟ ପହଞ୍ଚିବ ଟେଲିକମ ଡିପାର୍ଟମେଣ୍ଟ ନିକଟରେ। ଠକଙ୍କ ମୋବାଇଲ ନମ୍ବର ଯାଞ୍ଚ କରିବା ସହିତ ନମ୍ବର ସମ୍ଭନ୍ଧୀୟ ଅଧିକ ତଥ୍ୟ ଯାଞ୍ଚ କରିବ ପୋର୍ଟାଲ। ନିର୍ଦ୍ଦିଷ୍ଟ ନମ୍ବର ବିରୋଧରେ ବାରମ୍ବାର ଅଭିଯୋଗ ଆସିଲେ ନମ୍ବର ଖାରଜ କରିବା ସହ ନମ୍ବର ବ୍ୟବହାରକାରୀଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ବିଭାଗ। ତେବେ ଏହାର ଦୁରୁପଯୋଗ ଉପରେ ଧ୍ୟାନ ଦେବାକୁ କହିଛନ୍ତି ସାଇବର ଏକ୍ସପର୍ଟ । ସାଧାରଣ ଲୋକେ ଏହି ପୋର୍ଟାଲ ମାଧ୍ୟମରେ ସ୍ୱର ଉଠାଇଲେ ଅନ୍ୟ ଲୋକେ ବି ଉପକାର ପାଇପାରିବେ।




