ଜମିଲା ଛାଡ଼ଖାଇ: ସକାଳୁ ସକାଳୁ ବୋହି ନେଲେ ଆମିଷ
ଭୁବନେଶ୍ୱର: ଗତକାଲି ଥିଲା ଛାଡଖାଇ। ହେଲେ ଶନିବାର ଏବଂ ସଂକ୍ରାନ୍ତି ଥିବାରୁ ଲୋକେ ଆମିଷ ଖାଇନଥିଲେ। ଆଜି ରବିବାର ଥିବାରୁ ଜମିଛି ଛାଡଖାଇ। ସକାଳୁ ସକାଳୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଆମିଷ ବଜାରରେ ଗହଳି ଲାଗୁଥିବା ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ବଜାରରେ ଆମିଷ ଦର ଉଚ୍ଚା ରହିଛି। ସେପଟେ ସତର୍କ ରହିଛି ଖାଦ୍ୟ ସୁରକ୍ଷା ବିଭାଗ। ରାଜଧାନୀରେ ଚଢା ଦର ଉପରେ ବିଏମସି ନଜର ରଖିଥିଲା। ପ୍ରତିଦିନ ତୁଳନାରେ ଆଜି ଅଧିକ ମାଛ ଗଦାଇଛନ୍ତି ବ୍ୟବସାୟୀ। […]
ଭୁବନେଶ୍ୱର: ଗତକାଲି ଥିଲା ଛାଡଖାଇ। ହେଲେ ଶନିବାର ଏବଂ ସଂକ୍ରାନ୍ତି ଥିବାରୁ ଲୋକେ ଆମିଷ ଖାଇନଥିଲେ। ଆଜି ରବିବାର ଥିବାରୁ ଜମିଛି ଛାଡଖାଇ। ସକାଳୁ ସକାଳୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଆମିଷ ବଜାରରେ ଗହଳି ଲାଗୁଥିବା ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ବଜାରରେ ଆମିଷ ଦର ଉଚ୍ଚା ରହିଛି। ସେପଟେ ସତର୍କ ରହିଛି ଖାଦ୍ୟ ସୁରକ୍ଷା ବିଭାଗ। ରାଜଧାନୀରେ ଚଢା ଦର ଉପରେ ବିଏମସି ନଜର ରଖିଥିଲା।
ପ୍ରତିଦିନ ତୁଳନାରେ ଆଜି ଅଧିକ ମାଛ ଗଦାଇଛନ୍ତି ବ୍ୟବସାୟୀ। ରେଟ ବି ଚଢ଼ା ରହିଥିଲା। ବିଶେଷ କରି ରୋହି, ଭାକୁର, ଇଲିସ, ଚିଙ୍ଗୁଡି, ଚାନ୍ଦି ମାଛର ଚାହିଦା ଅଧିକ ରହିଛି। ଭାକୁର ୩୦୦ରୁ ୩୨୦ରେ ବିକ୍ରି ହେଉଥିବା ବେଳେ ରୋହି ୨୮୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି। ଇଲିସ ଓ ଚାନ୍ଦିର ଦରରେ ରେକର୍ଡ ପାର କରିଯାଇଛି। ଇଲିସ କେଜି ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଚାନ୍ଦି ୧୨୦୦ରୁ ୧୪୦୦ ଟଙ୍କା କେଜିରେ ବିକ୍ରି ହେଉଛି।
ଖାଲି ମାଛ ନୁହେଁ ମାଂସ ଦୋକାନରେ ବି ଲୋକଙ୍କ ଗହଳି ଦେଖିବାକୁ ମିଳୁଛି। ଚିକେନ୍ ଦର ୨୫୦ ରୁ ୩୦୦ ରହିଛି। ଖାସି ମାଂସ ଦର ବି ସାଧାରଣ ଦିନଠାରୁ ଅଧିକ ରହିଛି। ୭୦୦ରୁ ୮୦୦ କେଜିରେ ବିକ୍ରି ହେଉଥିବା ଖାସି ମାଂସ ଦର ଆଜି ହଜାରେ ପର୍ଯ୍ୟନ୍ତ ଧରିବାକୁ ବସିଲାଣି। ତଥାପି ମାଂସ କିଣିବାକୁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।ଛାଡ଼ଖାଇରେ ମଟନର ଅଧିକ ଡିମାଣ୍ଡ ରହିବ।




