ଜୁଲାଇ ମାସରୁ ଆରମ୍ଭ ହେବ ଜନଗଣନା

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବ ଜନଗଣନା । ଏଥିପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେହିପରି ଜୁନ୍‌ ସୁଦ୍ଧା ସୀମା ନିର୍ଦ୍ଧାରଣ ସାରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ସୀମା ନିର୍ଧାରଣ ପରେ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ । ୩୩ ବର୍ଷରେ ମୋଟ ୧ ହଜାର […]

ଜୁଲାଇ ମାସରୁ ଆରମ୍ଭ ହେବ ଜନଗଣନା
Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବ ଜନଗଣନା । ଏଥିପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେହିପରି ଜୁନ୍‌ ସୁଦ୍ଧା ସୀମା ନିର୍ଦ୍ଧାରଣ ସାରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ସୀମା ନିର୍ଧାରଣ ପରେ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ । ୩୩ ବର୍ଷରେ ମୋଟ ୧ ହଜାର ରାଜସ୍ୱ ଗାଁ ପାଇଁ ଆବେଦନ ଆସିଛି । ବର୍ତ୍ତମାନ ସୁଦ୍ଧା ୩୦୦ ନୂଆ ରାଜସ୍ୱ ଗାଁର ଘୋଷଣା ସରିଛି । ବାକି ୭୦୦ ଗାଁ ଘୋଷଣା ପାଇଁ ନିୟମ କୋହଳ ହୋଇଛି । ମୋଡାଲିଟି ଅନୁସାରେ ଯେଉଁ ପଡା ଗାଁରେ ୨୫୦ ଲୋକ ଥିବେ । ତାହା ମୂଳ ଗାଁରୁ ୫୦୦ ମିଟର ଦୂରରେ ଥିବ । ତାକୁ ହିଁ ରାଜସ୍ୱ ଗାଁ ମାନ୍ୟତା ମିଳିବ । ନଗର ଉନ୍ନୟନ ବିଭାଗ ପାଖରେ ଅନେକ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମୁନିସିପାଲିଟି ପାଇଁ ବି ପ୍ରସ୍ତାବ ରହିଛି । ହେଲେ ଥରେ ଜନଗଣନା ଆରମ୍ଭ ହୋଇଗଲେ, ଏ ସବୁ ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିବନାହିଁ । ତେଣୁ ଜୁନ ୩୦ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Tags: