ସିମେଣ୍ଟ କାରଖାନା ଦୁର୍ଘଟଣା ଆଉ ଜଣଙ୍କର ମୃତଦେହ ଉଦ୍ଧାର

ରାଜଗାଙ୍ଗପୁର : ଡ଼ାଲମିଆଁ ସିମେଣ୍ଟ କାରଖାନା ଦୁର୍ଘଟଣାରେ ନିଖୋଜ ଥିବା ଆଉଁ ଜଣଙ୍କ ର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଦାଶରଥି ପାତ୍ର । ଏହି ଘଟଣାରେ ସମସ୍ତ ୩ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ପୂର୍ବରୁ ଆଉ ୨ ଶ୍ରମିକ ରଞ୍ଜିତ ଭୋଳ, ସୁଶାନ୍ତ ରାଉତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ରଞ୍ଜିତ ଜଣେ ଫିଟର ଏବଂ ସେ ମଧୁସୂଦନ କଲୋନୀର ବାସିନ୍ଦା । ଦଶରଥ ପାତ୍ର ଆଇଟି […]

Samaya Live Picture
Published On

ରାଜଗାଙ୍ଗପୁର : ଡ଼ାଲମିଆଁ ସିମେଣ୍ଟ କାରଖାନା ଦୁର୍ଘଟଣାରେ ନିଖୋଜ ଥିବା ଆଉଁ ଜଣଙ୍କ ର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଦାଶରଥି ପାତ୍ର । ଏହି ଘଟଣାରେ ସମସ୍ତ ୩ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ପୂର୍ବରୁ ଆଉ ୨ ଶ୍ରମିକ ରଞ୍ଜିତ ଭୋଳ, ସୁଶାନ୍ତ ରାଉତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ରଞ୍ଜିତ ଜଣେ ଫିଟର ଏବଂ ସେ ମଧୁସୂଦନ କଲୋନୀର ବାସିନ୍ଦା । ଦଶରଥ ପାତ୍ର ଆଇଟି କଲୋନୀରେ ରହୁଥିଲେ। ସୁଶାନ୍ତ ଜଣେ ବଏଲର ଅପରେଟର ଥିଲେ । ଦୁର୍ଘଟଣା ପରେ କାରଖାନାର ସମସ୍ତ ଷ୍ଟ୍ରକଚର ଯାଞ୍ଚ ପାଇଁ ଦାବି ହୋଇଛି ।

ଅନ୍ୟପଟେ ସିମେଣ୍ଟ କାରଖାନା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଶ୍ରମିକଙ୍କପାଇଁ ସହାୟତା ରାଶି ଘୋଷଣା କରିଛି ଡାଲମିଆ କର୍ତୃପକ୍ଷ । ମୃତକଙ୍କ ପରିବାରକୁ ମିଳିବ ୨୫ ଲକ୍ଷ ଲେଖାଏଁ ଟଙ୍କା । ଏଥିସହିତ ପରିବାରର ଜଣଙ୍କୁ ଚାକିରି ସହ ୧୦ ଲକ୍ଷ ଟଙ୍କାର ବୀମା । ଏହା ସହ କମ୍ପାନୀ ପକ୍ଷରୁ ରାଜଗାଙ୍ଗପରୁରେ ଗୋଟିଏ ଲେଖାଏଁ ଘର ଦେବା ସହିତ ଯୁକ୍ତ ଦୁଇ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବ କମ୍ପାନୀ ।

Tags: