ଆଜି ଠାରୁ ଶୂନ ମୃତ୍ୟୁ ସପ୍ତାହ ପାଳନ,ଗୋଟିଏ ଦିନରେ ୩ ଭୟଙ୍କର ସଡକ ଦୁର୍ଘଟଣା -୧୦ ମୃତ

ଘଟଗାଁ/ଭଦ୍ରକ/କୁଚିଣ୍ଡା : ଆଜି ଠାରୁ ଆରମ୍ଭ ହେଲା ଦୁର୍ଘଟଣା ଜନିତ ଶୂନ ମୃତ୍ୟୁ ସପ୍ତାହ (ଜିରୋ ଫଟାଲିଟି ଉଇକ୍‌) ପାଳନ I ଆସନ୍ତା ସାତ ଦିନ ଭିତରେ ରାଜ୍ୟରେ ଗୋଟିଏ ବି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହେବନି । ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ତତ୍‌ଜନିତ ମୃତ୍ୟୁ ବଢ଼ି ଚାଲିଥିବାରୁ ଡିସେମ୍ବର ପ୍ରଥମ ସପ୍ତାହରେ ପାଳନ ହେଉଛି ଜିରୋ ଫାଟାଲିଟି ୱିକ୍ । ଏଥିପାଇଁ ପ୍ରତ୍ୟେକ ବିଭାଗକୁ ସଜାଗ ରହିବାକୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) […]

Samaya Live Picture
Published On

ଘଟଗାଁ/ଭଦ୍ରକ/କୁଚିଣ୍ଡା : ଆଜି ଠାରୁ ଆରମ୍ଭ ହେଲା ଦୁର୍ଘଟଣା ଜନିତ ଶୂନ ମୃତ୍ୟୁ ସପ୍ତାହ (ଜିରୋ ଫଟାଲିଟି ଉଇକ୍‌) ପାଳନ I ଆସନ୍ତା ସାତ ଦିନ ଭିତରେ ରାଜ୍ୟରେ ଗୋଟିଏ ବି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହେବନି । ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ତତ୍‌ଜନିତ ମୃତ୍ୟୁ ବଢ଼ି ଚାଲିଥିବାରୁ ଡିସେମ୍ବର ପ୍ରଥମ ସପ୍ତାହରେ ପାଳନ ହେଉଛି ଜିରୋ ଫାଟାଲିଟି ୱିକ୍ । ଏଥିପାଇଁ ପ୍ରତ୍ୟେକ ବିଭାଗକୁ ସଜାଗ ରହିବାକୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ କୁହାଯାଇଛି । ଶୂନ୍ୟ ସପ୍ତାହ ପାଳନ କରିବା ସମୟରେ ବିଭିନ୍ନ ପ୍ରବର୍ତ୍ତନ ଅଭିଯାନ ଚାଲିବ। କିନ୍ତୁ ସପ୍ତାହ ଆରମ୍ଭ ହେଉ ହେଉ ଆଜି ଗୋଟିଏ ଦିନରେ ଘଟି ଯାଇଛି ୩ ଦୁଃଖଦ ସଡକ ଦୁର୍ଘଟଣା I ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I

ଆଜି ଭୋର ୫ଟା ବେଳେ କେନ୍ଦୁଝର ଜିଲ୍ଲା NH୨୦ ବାଲିଯୋଡ଼ି ନିକଟରେ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା Iଏଥିରେ ୮ ଜଣଙ୍କର ମୃତ୍ୟୁ ହେବା ସହିତ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି I ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୋଡ଼ାମାରି ଗାଁରୁ ୨ ଟି ପରିବାରର ୨୦ ଜଣ ସଦସ୍ୟ ଗୋଟିଏ ଭ୍ୟାନରେ ତାରିଣୀ ଦର୍ଶନ ପାଇଁ ଆସୁଥିବାବେଳେ ଏହି ଦୁର୍ଘଟଣାରେ ଶିକାର ହୋଇଥିଲେ I ରାସ୍ତା କଡରେ ଛିଡା ହୋଇଥିବା ଗୋଟିଏ ଟ୍ରକ କୁ ଭ୍ୟାନଟି ଧକ୍କା ଦେବା ଫଳରେ ୮ ଜଣ ସଦସ୍ୟଙ୍କ ମୃତ୍ୟ ଘଟିଥିଲା I ଘଟଣା ସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଘଟଗାଁ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି I

ସେହିପରି ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଛକ ନିକଟରେ ଘଟିଛି ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ପୁରୁଣା ବଜାର ଅଞ୍ଚଳର ୬ଜଣ ଯୁବକ ଏକ କାରରେ ଦୋବଲ ଅଞ୍ଚଳକୁ ଯାଉଥିବାବେଳେ କାରଟି ରାସ୍ତାକଡ଼ରେ ଛିଡା ହୋଇଥିବା ଏକ ହାଇବା ପଛପଟେ ପିଟି ହୋଇ ଯାଇଥିଲା I ଏଥିରେ କାରରେ ଥିବା ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଥିଲେ Iଆହତମାନଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ବାଟରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଦୁର୍ଘଟଣାରେ କାରଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତକରି ଘଟଣାର ତଦନ୍ତ କରୁଛି।

ଅନ୍ୟପଟେ ସମ୍ବଲପୁର ଜିଲ୍ଲା ୫୩ ନମ୍ବର ରାଜପଥ ଜମନକିରା ନିକଟରେ ଟ୍ରକ ଏବଂ କଣ୍ଟେନର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି I ଏଥିରେ କଣ୍ଟେନର ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବାବେଳେ ଟ୍ରକ ଚାଳକ ଗୁରୁତର ଆହତ ହୋଇଛନ୍ତି ଇ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି I ଗତକାଲି ରାତି ୩ଟା ସମୟରେ ୫୩ ନମ୍ବର ଜାତୀୟ ରାଜପଥ ଚିନି ମହୁଲ ଠାରେ ଏହି ଦୁର୍ଘଟଣା ଘଟିଥିଲା I

Tags: