ମାର୍ଚ୍ଚ ସୁଦ୍ଧା ସମସ୍ତ ଥାନାରେ ଲାଗିବ ସିସିଟିଭି – ହାଇକୋର୍ଟ
ଭୁବନେଶ୍ୱର : ଭରତପୁର ଥାନା ପୋଲିସ – ମେଜର ବିବାଦ ଘଟଣାର ଶୁଣାଣି ହୋଇଛି । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାସହ ଥାନାରେ ସେନା ଅଧିକାରୀଙ୍କୁ ବ୍ୟବହାର ନେଇ SOP ଅଣାଯାଇଛି ବୋଲି ସରକାର କହିଛନ୍ତି । SOP ବାବଦରେ କୋର୍ଟଙ୍କୁ ଅବଗତ କରାଇଲେ ଆଡଭୋକେଟ୍ ଜେନେରାଲ । SOPର ନକଲ ଆମିକସ୍ କ୍ୟୁରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମାମଲାର ତଦନ୍ତ ଚାଲିଛି […]
ଭୁବନେଶ୍ୱର : ଭରତପୁର ଥାନା ପୋଲିସ – ମେଜର ବିବାଦ ଘଟଣାର ଶୁଣାଣି ହୋଇଛି । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାସହ ଥାନାରେ ସେନା ଅଧିକାରୀଙ୍କୁ ବ୍ୟବହାର ନେଇ SOP ଅଣାଯାଇଛି ବୋଲି ସରକାର କହିଛନ୍ତି । SOP ବାବଦରେ କୋର୍ଟଙ୍କୁ ଅବଗତ କରାଇଲେ ଆଡଭୋକେଟ୍ ଜେନେରାଲ । SOPର ନକଲ ଆମିକସ୍ କ୍ୟୁରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମାମଲାର ତଦନ୍ତ ଚାଲିଛି ଏବଂ ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ।
ସେପଟେ ଥାନାରେ ସିସିଟିଭି ଲଗାଯିବା ନେଇ ଏଡିଜି ମଧ୍ୟ କୋର୍ଟରେ ତଥ୍ୟ ରଖିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଥାନାରେ ସିସି ଟିଭି ଲାଗିଛି। ମାର୍ଚ୍ଚ ସୁଦ୍ଧା ବାକି ଥିବା ସବୁ ଫାଣ୍ଡିରେ ସିସିଟିଭି ଲଗାଯିବ। ଦାନା ପ୍ରଭାବିତ କିମ୍ବା ନୂଆ ବିଲ୍ଡିଂ ହୋଇଥିବା ଥାନାରେ ସିସି ଟିଭି ଲଗାଯାଇନି । ତେଣୁ ୨୦୨୫ ମାର୍ଚ୍ଚ ମାସ ସୁଦ୍ଧାର ସବୁ ଫାଣ୍ଡିରେ ସିସି ଟିଭି ଲଗାଯିବ ବୋଲି କହିଛନ୍ତି ଏଡିଜି । ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି ।
ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କ ସହ ପୋଲିସର ବିବାଦ ମାମଲାରେ ଫରେନସିକ୍ ରିପୋର୍ଟ ଆସିଥିଲା । କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା ଫରେନସିକ୍ ରିପୋର୍ଟ । ଗୁଜୁରାଟ ସ୍ଥିତ ଲାବ୍ରୁ ଏହି ଫରେନସିକ୍ ରିପୋର୍ଟ ଆସିଛି । ଏହି ଫରେନସିକ୍ ରିପୋର୍ଟ ଖୋଲିବ ଘଟଣାର ପ୍ରକୃତ ରହସ୍ୟ । ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ବ୍ରେନମ୍ୟାପିଂ, ପଲିଗ୍ରାଫ ଓ ନାର୍କୋଟେଷ୍ଟ କରାଯାଇଥିଲା । ତିନି ଜଣ ଏସ୍ଆଇ ଓ ଜଣେ ଏଏସ୍ଆଇଙ୍କର ପଲିଗ୍ରାଫ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ଏଥିପାଇଁ ଭୁବନେଶ୍ୱର କୋର୍ଟ ଅନୁମତି ଦେଇଥିଲେ ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ପୀଡ଼ିତା ରାତି ୧ଟା ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ତାଙ୍କୁ ଆକ୍ରମଣ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନା ଆଇଆଇସିଙ୍କ ସହ ୫ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ ପୀଡିତା । ଏହି ସମୟରେ ଭରତପୁର ଥାନା ସମେତ ରାଜ୍ୟର ଅନେକ ଥାନାରେ ସିସିଟିଭି ନ ଥିବା ଖବର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ହାଇକୋର୍ଟ । ଏପରିକି ସାଧାରଣ ଲୋକଙ୍କ ପ୍ରତି ପୋଲିସର ବ୍ୟବହାରକୁ ନେଇ ମଧ୍ୟ କୋର୍ଟ ତାଗିଦ କରିଥିଲେ । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରି ରଖିଛି ।




