୧୫ ଦିନ ମଧ୍ୟରେ ୧୩ଟି ଥାନାରେ ଲାଗିବ ସିସିଟିଭି

ଭୁବନେଶ୍ୱର : ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି । ଭରତପୁର ଥାନାରେ ସିସିଟିଭି ନଥିବା ନେଇ ମଙ୍ଗଳବାର ହାଇକୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି। ଭରତପୁର ଥାନା ଘଟଣାରେ ପୁଲିସର ତଦନ୍ତ ଜାରି ରହିଥିବାବେଳେ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ହାଇକୋର୍ଟ। ଥାନାରେ ସେନା ବାହିନୀଙ୍କ ସହ ଉତ୍ତମ ବ୍ୟବହାର ପାଇଁ ରାଜ୍ୟ ସରକାର ଏସଓପି ଆଣିବେ ବୋଲି କୋର୍ଟଙ୍କୁ ଜଣାଇଛନ୍ତି ସରକାର। ହାଇକୋର୍ଟରେ ହାଜର ହୋଇଛନ୍ତି ଏଡିଜି ଦୟାଲ ଗଙ୍ଗ୍‌ଓ୍ବାର । ରାଜ୍ୟରେ ଥିବା […]

Samaya Live Picture
Published On

ଭୁବନେଶ୍ୱର : ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି । ଭରତପୁର ଥାନାରେ ସିସିଟିଭି ନଥିବା ନେଇ ମଙ୍ଗଳବାର ହାଇକୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି। ଭରତପୁର ଥାନା ଘଟଣାରେ ପୁଲିସର ତଦନ୍ତ ଜାରି ରହିଥିବାବେଳେ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ହାଇକୋର୍ଟ। ଥାନାରେ ସେନା ବାହିନୀଙ୍କ ସହ ଉତ୍ତମ ବ୍ୟବହାର ପାଇଁ ରାଜ୍ୟ ସରକାର ଏସଓପି ଆଣିବେ ବୋଲି କୋର୍ଟଙ୍କୁ ଜଣାଇଛନ୍ତି ସରକାର।

ହାଇକୋର୍ଟରେ ହାଜର ହୋଇଛନ୍ତି ଏଡିଜି ଦୟାଲ ଗଙ୍ଗ୍‌ଓ୍ବାର । ରାଜ୍ୟରେ ଥିବା ଥାନା ଗୁଡିକର ସିସିଟିଭି ନେଇ ରଖିଲେ ତଥ୍ୟ । ଥାନା ଗୁଡିକରେ ସିସିଟିଭି ଲଗାଯିବ ନେଇ ଦାଖଲ ରିପୋର୍ଟ ଦାଖଲ କରିଛନ୍ତି । ରାଜ୍ୟରେ ୫୯୩ଟି ଥାନା ମଧ୍ୟରୁ ୪୫୬ଟି ଥାନାରେ ସଠିକ୍ ଭାବରେ କାମ କରୁନି ସିସିଟିଭି କ୍ୟାମେରା। ଆସନ୍ତା ୧୫ ଦିନ ମଧ୍ୟରେ ବାକି ୧୩ଟି ଥାନାରେ ଲାଗିବ ସିସିଟିଭି କ୍ୟାମେରା। ସବୁ ସିସିଟିଭି କ୍ୟାମେରାର ନିୟନ୍ତ୍ରଣ ଜିଲା ଏସପି ଅଫିସ ଓ ଡିଜି ଅଫିସରେ ରହିବା ନେଇ ଯୋଜନା ଚାଲିଛି ବୋଲି ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ନଭେମ୍ବର ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Tags: