ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା

ଭୁବନେଶ୍ୱର : ସିବିଏସଇ ଦଶମ ପରୀକ୍ଷାକୁ ନେଇ ଆସିଲା ବଡ଼ ସୂଚନା । ଏଣିକି ବର୍ଷକୁ ୨ ଥର ପରୀକ୍ଷା ଦେଇ ପାରିବେ ଛାତ୍ରଛାତ୍ରୀ । ପ୍ରଥମ ପରୀକ୍ଷା ଟି ବାଧ୍ୟତା ମୂଳକ ହୋଇଥିବାବେଳେ ୨ୟ ଥର ପରୀକ୍ଷା ଇଛାଧିନ । ଏନେଇ ସୂଚନା ଦେଇଛନ୍ତି ସିବିଏସଇ ପରୀକ୍ଷା ନିୟନ୍ତ୍ରକ । ୨୦୨୬ ରୁ ଏହି ଶିକ୍ଷା ନୀତି ଲାଗୁ ହେବ । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବୃଆରୀରେ ହେବ ଏବଂ ମେ’ ମାସରେ ହେବ ଦ୍ୱିତୀୟ […]

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
Samaya Live Picture
Published On

ଭୁବନେଶ୍ୱର : ସିବିଏସଇ ଦଶମ ପରୀକ୍ଷାକୁ ନେଇ ଆସିଲା ବଡ଼ ସୂଚନା । ଏଣିକି ବର୍ଷକୁ ୨ ଥର ପରୀକ୍ଷା ଦେଇ ପାରିବେ ଛାତ୍ରଛାତ୍ରୀ । ପ୍ରଥମ ପରୀକ୍ଷା ଟି ବାଧ୍ୟତା ମୂଳକ ହୋଇଥିବାବେଳେ ୨ୟ ଥର ପରୀକ୍ଷା ଇଛାଧିନ । ଏନେଇ ସୂଚନା ଦେଇଛନ୍ତି ସିବିଏସଇ ପରୀକ୍ଷା ନିୟନ୍ତ୍ରକ । ୨୦୨୬ ରୁ ଏହି ଶିକ୍ଷା ନୀତି ଲାଗୁ ହେବ । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବୃଆରୀରେ ହେବ ଏବଂ ମେ’ ମାସରେ ହେବ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା। ଛାତ୍ର ଛାତ୍ରୀଙ୍କ ଉପରୁ ପରୀକ୍ଷା ଚାପ ହ୍ରାସ କରିବାକୁ ବୋର୍ଡର ଏହି ପଦକ୍ଷେପ।

ବାଧ୍ୟମୂଳକ ପରୀକ୍ଷାରେ ଯଦି ଛାତ୍ରଛାତ୍ରୀ କୌଣସି ବିଷୟରେ କମ ନମ୍ବରକୁ ନେଇ ଅସନ୍ତୁଷ୍ଟ ଥା’ନ୍ତି,ତେବେ ସେମାନେ ଚାହିଁଲେ ଉକ୍ତ ବିଷୟରେ ପୁନର୍ବାର ପରୀକ୍ଷା ଦେଇପାରିବେ ଏବଂ ଯେଉଁ ପରୀକ୍ଷାରେ ସର୍ବାଧିକ ନମ୍ବର ପାଇଥିବେ ସେଇଟି ଚୟନ ହେବ । ତେବେ କମ ନମ୍ବର ପାଇଥିବା ପରୀକ୍ଷା ମାର୍କସିଟ କୁ ଫେରାଇଦେବେ ଛାତ୍ରଛାତ୍ରୀ ।

Tags: