ଆଜି ଠାରୁ ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ସକାଳ ସାଢେ଼ ୧୦ଟାରୁ ଦିନ ସାଢେ଼ ଗୋଟାଏ ଯାଏ ପରୀକ୍ଷା ହେବ। ପରୀକ୍ଷାର୍ଥୀ ମାନେ ସକାଳ ୧୦ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ଦଶମ ପରୀକ୍ଷା ୨୧ ମାର୍ଚ୍ଚ ଯାଏ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୫ଯାଏ ଚାଲିବ। ପରୀକ୍ଷା କେନ୍ଦ୍ର ଗୁଡ଼ିକରେ କଟକଣା କଡ଼ାକଡ଼ି କରାଯାଇଥିବାବେଳେ ତ୍ରିସ୍ତରୀୟ ସ୍କ୍ଵାର୍ଡ ବ୍ୟବସ୍ଥା କରାଯାଇଛି। ସମସ୍ତ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ସକାଳ ସାଢେ଼ ୧୦ଟାରୁ ଦିନ ସାଢେ଼ ଗୋଟାଏ ଯାଏ ପରୀକ୍ଷା ହେବ। ପରୀକ୍ଷାର୍ଥୀ ମାନେ ସକାଳ ୧୦ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ଦଶମ ପରୀକ୍ଷା ୨୧ ମାର୍ଚ୍ଚ ଯାଏ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୫ଯାଏ ଚାଲିବ। ପରୀକ୍ଷା କେନ୍ଦ୍ର ଗୁଡ଼ିକରେ କଟକଣା କଡ଼ାକଡ଼ି କରାଯାଇଥିବାବେଳେ ତ୍ରିସ୍ତରୀୟ ସ୍କ୍ଵାର୍ଡ ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି।

ସାରା ଦେଶରେ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବାବେଳେ ୧୭ ଲକ୍ଷ ଛାତ୍ରଛାତ୍ରୀ ଦେଉଛନ୍ତି ଦ୍ୱାଦଶ ପରୀକ୍ଷା Iସାରା ଦେଶରୁ ପ୍ରାୟ ୩୯ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୭୨୫୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିପରି ଚଳିତବର୍ଷ ରାଜ୍ୟରେ ପ୍ରାୟ ୫୦ ହଜାର ପିଲା ପରୀକ୍ଷା ଦେଉଛନ୍ତି। ୨୧ ଲକ୍ଷ ୮୬ ହଜାର ୯୪୦ ଛାତ୍ରୀଛାତ୍ର ଦଶମ ପରୀକ୍ଷା ଦେଉଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୬ ଲକ୍ଷ ୯୬ ହଜାର ୭୭୦ ଛାତ୍ରୀଛାତ୍ର ଦେଉଛନ୍ତି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫେବ୍ରୁୟାରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ରେ ଶେଷ ହେବାକୁ ଥିବାବେଳେ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଏପ୍ରିଲ ୫ ତାରିଖରେ ଶେଷ ହେବ।