ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଟିମ
ଭୁବନେଶ୍ୱର : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ପୁଣି ଥରେ ପଶିଲେ ସିବିଆଇ ଟିମ । ବିଷ୍ଣୁପଦ ସେଠୀଙ୍କ ଫରେଷ୍ଟ ପାର୍କ ସ୍ଥିତ ସରକାରୀ ବାସଭବନରେ ସିବିଆଇ ର ୮ ଜଣିଆ ଟିମ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି । ଆଜି ସକାଳ ୭ଟାରୁ ଚାଲିଛି ମାରାଥନ୍ ରେଡ୍ । ବ୍ରିଜ ଆଣ୍ଡ ରିଫ କମ୍ପାନୀ ସହିତ ଲିଙ୍କ କୁ ନେଇ ଖୋଳତାଡ଼ କରୁଛି ଟିମ । ପୂର୍ବରୁ ବିଷ୍ଣୁପଦ ସେଠୀ ଓ ବ୍ରିଜ ଆଣ୍ଡ […]
ଭୁବନେଶ୍ୱର : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ପୁଣି ଥରେ ପଶିଲେ ସିବିଆଇ ଟିମ । ବିଷ୍ଣୁପଦ ସେଠୀଙ୍କ ଫରେଷ୍ଟ ପାର୍କ ସ୍ଥିତ ସରକାରୀ ବାସଭବନରେ ସିବିଆଇ ର ୮ ଜଣିଆ ଟିମ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି । ଆଜି ସକାଳ ୭ଟାରୁ ଚାଲିଛି ମାରାଥନ୍ ରେଡ୍ । ବ୍ରିଜ ଆଣ୍ଡ ରିଫ କମ୍ପାନୀ ସହିତ ଲିଙ୍କ କୁ ନେଇ ଖୋଳତାଡ଼ କରୁଛି ଟିମ । ପୂର୍ବରୁ ବିଷ୍ଣୁପଦ ସେଠୀ ଓ ବ୍ରିଜ ଆଣ୍ଡ ରୁଫ କଂପାନୀ ଲିଙ୍କ ନେଇ ଏକ ତଥ୍ୟ ସାମ୍ନାକୁ ଆସିଥିଲା । ଦୁର୍ନୀତି ମାମଲାରେ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିଥିଲା । ଏଥିସହ ତାଙ୍କ ୩ ଡ୍ରାଇଭରଙ୍କୁ ମଧ୍ୟ ସମନ କରିଥିଲା ସିବିଆଇ । କଂପାନୀର ଇଷ୍ଟ କୋଷ୍ଟ ଜିଏମ୍ ବି କେ ସିଂଙ୍କ ଏକ ଚିଠି ପ୍ରଘଟ ହୋଇଥିଲା ।
ଶେଷ ସୂଚନା ଅନୁସାରେ IAS ବିଷ୍ଣୁପଦ ସେଠୀ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ମୁଖ୍ୟ ଶାସନ ସଚିବଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର । CBI ରେଡକୁ ବିରୋଧ କରି ସେ ଏହି ଇସ୍ତଫା ଦେଇଥିବା ଜଣା ପଡ଼ିଛି । ୧୯୯୫ ବ୍ୟାଚର IAS ଅଫିସର ବିଷ୍ଣୁପଦ ସେଠୀ ।




