ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ

ଭୁବନେଶ୍ଵର : ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ସମନ ଜାରି କରାଯାଇଛି। ବିଷ୍ଣୁପଦଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଭୁବନେଶ୍ଵରରେ ଦାମୀ କାରରୁ ୧୦ ଲକ୍ଷ ଜବତ ଘଟଣାରେ ତାଙ୍କୁ ସମାନ ଜାରି କରାଯାଇଛି । ଏହି ଘଟଣାରେ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ମେଲ ମାଧ୍ୟମରେ ନୋଟିସ କଲା ସିବିଆଇ । ଗତ ୧୧ ତାରିଖ ସକାଳ ୧୦ଟାରେ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦେଶ […]

Samaya Live Picture
Published On

ଭୁବନେଶ୍ଵର : ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ସମନ ଜାରି କରାଯାଇଛି। ବିଷ୍ଣୁପଦଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଭୁବନେଶ୍ଵରରେ ଦାମୀ କାରରୁ ୧୦ ଲକ୍ଷ ଜବତ ଘଟଣାରେ ତାଙ୍କୁ ସମାନ ଜାରି କରାଯାଇଛି । ଏହି ଘଟଣାରେ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ମେଲ ମାଧ୍ୟମରେ ନୋଟିସ କଲା ସିବିଆଇ । ଗତ ୧୧ ତାରିଖ ସକାଳ ୧୦ଟାରେ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦେଶ ଜାରି କରାଯାଇଥିଲା। ପୁନର୍ବାର ତାଙ୍କୁ ସମନ ଜାରି କରାଯାଇଛି। ତେବେ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ବିଷ୍ଣୁପଦ।

ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କୋ. (ଇଣ୍ଡିଆ) ଏଲଟିଡି, ଭୁବନେଶରର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ କୁମାର ମୁଖାର୍ଜୀଙ୍କ ବିରୋଧରେ ସିବିଆଇ କେସ୍ ନଂ ଆରସି୨୧୭୨୦୨୪ଏ୦୦୧୭ ଗତ ୭ ତାରିଖରେ ରେଜିଷ୍ଟର ହୋଇଥିଲା । ଯାହାର ଯାଞ୍ଚ ସିବିଆଇ ପକ୍ଷରୁ ଚାଲୁ ରହିଛି । ଏ ମାମଲାରେ ବିଷ୍ଣୁପଦ ଅଧିକ ଜାଣିବା ନେଇ ତାଙ୍କୁ ଯାଞ୍ଚ ପରିସରକୁ ସିବିଆଇ ନେଇଛି । ଶୁକ୍ରବାର ବିଳମ୍ବିତ ରାତିରେ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ଟେଣ୍ଡର ଫିକ୍ସିଂ ଅଭିଯୋଗରେ ସିବିଆଇ ସମନ କରିଥିଲା । ଇମେଲ ଜରିଆରେ ଡ୍ରାଇଭରଙ୍କୁ ସମନ ପଠାଯାଇଥିଲା ।

Tags: