ବାହାନଗାରେ ଷ୍ଟେସନର ସିଗନାଲ ରୁମରେ ସିବିଆଇ ଖୋଳତାଡ଼ ଆରମ୍ଭ

ବାହାନଗା : ବାହାନଗା ରେଳ ଦୁର୍ଘଟଣାର ଆରମ୍ଭ ହେଲା ସିବିଆଇ ତଦନ୍ତ I ଏହି ମର୍ମନ୍ତୁଦ ଦୁର୍ଘଟଣାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅନୁମୋଦନ କରିବା ପରେ ବାହାନଗା ସିଗନାଲ ରୁମରେ ପହଁଚିଛି ସିବିଆଇ ସ୍ୱତନ୍ତ୍ର ଟିମ । ଏନେଇ ସୂଚନା ଦେଇଛନ୍ତି ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ବିଶ୍ୱଜିତ ସାହୁ I ସୋମବାର ରେଳବାଇ ନିରାପତ୍ତା ଆୟୋଗର ମୁଖ୍ୟ ଶୈଳେଶ ପାଠକ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ I ଏହାପରେ ଷ୍ଟେସନର […]

Samaya Live Picture
Published On

ବାହାନଗା : ବାହାନଗା ରେଳ ଦୁର୍ଘଟଣାର ଆରମ୍ଭ ହେଲା ସିବିଆଇ ତଦନ୍ତ I ଏହି ମର୍ମନ୍ତୁଦ ଦୁର୍ଘଟଣାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅନୁମୋଦନ କରିବା ପରେ ବାହାନଗା ସିଗନାଲ ରୁମରେ ପହଁଚିଛି ସିବିଆଇ ସ୍ୱତନ୍ତ୍ର ଟିମ । ଏନେଇ ସୂଚନା ଦେଇଛନ୍ତି ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ବିଶ୍ୱଜିତ ସାହୁ I

ସୋମବାର ରେଳବାଇ ନିରାପତ୍ତା ଆୟୋଗର ମୁଖ୍ୟ ଶୈଳେଶ ପାଠକ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ I ଏହାପରେ ଷ୍ଟେସନର ସିଗ୍ନାଲ ରୁମ୍ ଓ କଣ୍ଟ୍ରୋଲ ରୁମକୁ ଯାଇ ଯାଞ୍ଚ କରିଛନ୍ତି। ସିବିଆଇର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସ୍ପଷ୍ଟ ହେବ ଦୁର୍ଘଟଣା ପଛର ପ୍ରକୃତ କାରଣ । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା କରମଣ୍ଡଳ ଏକ୍ସପ୍ରେସ୍‌‌ର ଦୁଇ ଚାଳକ ଗୁଣନିଧି ମହାନ୍ତି, ସହକାରୀ ଲୋକୋ ପାଇଲଟ୍‌‌ ହଜାରି ବେହେରା ଓ ଗାର୍ଡ ରେଳ ସୁରକ୍ଷା ଆୟୁକ୍ତଙ୍କୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ବାହାନଗା ଷ୍ଟେସନ୍‌‌ରେ ମାଲ ଗାଡ଼ି ଛିଡ଼ା ହୋଇଥିବା ଲୁପ୍‌‌ ଲାଇନ୍‌‌ରେ ଯିବା ପାଇଁ କରମଣ୍ଡଳ ଏକ୍ସପ୍ରେସ୍‌‌କୁ ସବୁଜ ସଙ୍କେତ ମିଳିଥିଲା। ନିୟମ ଅନୁସାରେ ଲୁପ୍‌‌ଲାଇନ୍‌‌ରେ ଲାଲ୍‌ବତି ଜଳିବା କଥା, କିନ୍ତୁ ସେଠାରେ ସବୁଜ ବତି ଜଳୁଥିଲା। ତେବେ ଏହା ବୈଷୟିକ ତ୍ରୁଟି ନା ମନୁଷ୍ୟକୃତ ଷଡଯନ୍ତ୍ର ତଦନ୍ତ ପରେ ତାହା ସ୍ପଷ୍ଟ ହେବ I

ଅନ୍ୟପଟେ ବାଲେଶ୍ବର ଜିଲ୍ଲା ବାହାନଗା ଦେଇ ଆରମ୍ଭ କରିଛି ଟ୍ରେନ ଚଳାଚଳ I ଦୀର୍ଘ ୫୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଭୟ ଅପ ଓ ଡାଉନ ଲାଇନରେ ଟ୍ରେନ ପାସ କରୁଛି। ସ୍ପେଶାଲ ଟ୍ରେନ ମଧ୍ୟ ଚଲା ହୋଇ ସାରିଲାଣି। ରେଗୁଲାର ଟ୍ରେନ ଓ ବନ୍ଦେ ଭାରତ ମଧ୍ୟ ସେହି ରୁଟରେ ଗଲାଣି। ସମ୍ପୂର୍ଣ୍ଣ ଠିକ ଭାବରେ ଟ୍ରେନ ଚଲାଚଳ ଚାଲିଛି। ମୃତକଙ୍କ ପରିବାରକୁ ସୁବିଧା ଯୋଗାଇବା ଏବେ ମୁଖ୍ୟ ପ୍ରାଥମିକତା।

Tags: